ଅପହରଣ ପରେ ୧୩ବର୍ଷର ନାବାଳକକୁ ହତ୍ୟା : ପୋଲିସ୍ ହେପାଜତରେ ଅଭିଯୁକ୍ତର ମୃତ୍ୟୁ

Published By : Prameya-News7 Bureau | October 19, 2020 IST

ଜବଲପୁର ୧୯/୧୦: ମଧ୍ୟପ୍ରଦେଶର ଜବଲପୁରରେ ଜଣେ ୧୩ବର୍ଷର ନାବାଳକକୁ ଅପହରଣ କରିବା ପରେ ହତ୍ୟା ଘଟଣା ସାମନାକୁ ଆସିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ମୃତ ନାବାଳକର ବାପାଙ୍କ ପରିଚିତ। ଅପହରଣ କରି ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ରାହୁଲ ଓରଫ ମୋନୁର ପୋଲିସ୍ ହେପାଜତରେ ମୃତ୍ୟୁ ହୋଇଯାଇଛି।

ରବିବାର ସନ୍ଧ୍ୟାରେ ହଠାତ୍ ରାହୁଲର ସ୍ବାସ୍ଥ୍ୟ ବିଗିଡ଼ିଯାଇଥିଲା ଯାହା ପରେ ପୋଲିସ୍ ତାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲା। କିନ୍ତୁ ଅଭିଯୁକ୍ତର ସେଠା​ରେ ମୃତ୍ୟୁ ହୋଇଯାଇଥିଲା। ବର୍ତ୍ତମାନ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି। ରିପୋର୍ଟ ଆସିବା ପରେ ହିଁ ଅଭିଯୁକ୍ତର ମୃତ୍ୟୁର କାରଣ ବିଷୟରେ ଜଣା ପଡ଼ିବ।

ଜବଲପୁରର ଖନନ ବ୍ୟବସାୟୀ ମୁକେଶ ଲାମ୍ବାଙ୍କ ୧୩ବର୍ଷର ପୁଅ ଆଦିତ୍ୟକୁ ଅକ୍ଟୋବର ୧୫ତାରିଖ ସନ୍ଧ୍ୟାରେ ଅପହରଣ କରାଯାଇଥିଲା। ସେତେବେଳେ ଘର ପାଖ ଦୋକାନକୁ ବିସ୍କୁଟ କିଣିବାକୁ ଯାଇଥିଲା। ଏହା ପରେ ଅପହରଣକାରୀମାନେ ପରିବାର ଲୋକଙ୍କୁ କଲ୍ କରି ୨କୋଟି ଟଙ୍କା ମାଗିଥିଲେ। ପରିବାର ଲୋକେ ଏବିଷୟରେ ପୋଲିସକୁ ମଧ୍ୟ କଲ୍ କରି ଘଟଣା ବିଷୟରେ ସୂଚନା ଦେଇଥିଲେ। ଏହା ସହିତ ଅପହରଣକାରୀକୁ ୮ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ। ଏହା ସତ୍ବେ ଅପହରଣକାରୀମାନେ ନାବାଳକର ହତ୍ୟା କରି ତାର ମୃତଦେହ କେନାଲରେ ଫିଙ୍ଗି ଦେଇଥିଲେ।

ମଧ୍ୟପ୍ରଦେଶ ପୋଲିସ୍ ଏହି ଘଟଣାରେ ସାମିଲ ରାହୁଲ ବିଶ୍ବକର୍ମା,ମଳୟ ରାୟ ଏବଂ କରଣ ନାମକ ୩ ଅଭିଯୁକ୍ତଙ୍କୁ ଗିରଫ କରି ଆଣୁଥିଲା। ପରେ ରାହୁଲର ମୃତ୍ୟୁ ହୋଇଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.