ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୁରିଲା ୧୩ ବର୍ଷ

Published By : Prameya-News7 Bureau | January 02, 2019 IST

ଯାଜପୁର ୦୨|୦୧: ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ୧୩ ବର୍ଷ ବିତିଲା ।  ଏହାକୁ ସ୍ମୃତି ଦିବସ ଭାବେ ପାଳନ କରୁଛି ବିସ୍ଥାପନ ବିରୋଧୀ ଜନମଞ୍ଚ । ଜନମଂଚ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି କରାଯାଇଛି । ଆଇନଶୃଙ୍ଖଳା ଦୃଷ୍ଟିରୁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସକାଳୁ ବୀରଭୁମି ଠାରେ ଦିରି ଦୁଲସୁନୁମ୍,ହୟରାଚାମ, ଜାତିସାପା ହେବା ପରେ ସ୍ମୃତି ସ୍ତମ୍ଭ ପୂଜାର୍ଚ୍ଚନା କରିଛନ୍ତି । ପରେ ଏକ ସାଧାରଣ ସମାବେଶ ଅନୁଷ୍ଠିତ ହେବ । ଟାଟା କାରଖାନା ପାଇଁ ଜମି ଅଧିଗ୍ରହଣକୁ ବିରୋଧ କରି ୨୦୦୬ ଜାନୁଆରୀ ୨ରେ ପୋଲିସ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ୧୪ ଜଣ ଆଦିବାସୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ମାନଙ୍କୁ ସହୀଦ ଭାବେ ଦର୍ଶାଇ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ବିସ୍ଥାପନ ବିରୋଧୀ ଜନମଂଚ ପକ୍ଷରୁ ଆୟୋଜିତ ହେଉଛି ସ୍ମୃତି ସମାବେଶ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.