Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରେଲଓ୍ବେ ନେବାକୁ ଯାଉଛି ବଡ଼ ନିଷ୍ପତ୍ତି : ୧୩ଲକ୍ଷ ଲୋକଙ୍କୁ ମିଳିବ ବମ୍ଫର ଫାଇଦା

20/08/2020 at 10:18 AM

ଯଦି ସବୁକିଛି ଠିକ୍ ରହିଲା ତେବେ ଆସନ୍ତା ଦିନରେ ରେଲଓ୍ବେ କର୍ମଚାରୀଙ୍କୁ ସରକାରଙ୍କ ତରଫରୁ ହେଲଥ ଇନସୁରାନ୍ସର ସୁବିଧା ମିଳିବ। ଭାରତୀୟ ରେଲଓ୍ବେ ନିଜ କର୍ମଚାରୀଙ୍କୁ ଏକ ଖାସ୍ ସ୍ବାସ୍ଥ୍ୟ ବୀମା ଯୋଜନା ପହଞ୍ଚାଇବା ଉପରେ ବିଚାର କରୁଛି।

ରେଲଓ୍ବେର ବୟାନ ମୁତାବକ ରେଲଓ୍ବେ ପୂର୍ବରୁ ହିଁ ନିଜ କର୍ମଚାରୀ ଏବଂ ତାଙ୍କ ଆଶ୍ରିତ ପରିବାରକୁ ‘ରେଲଓ୍ବେ କର୍ମଚାରୀ ଉଦାରୀକୃତ ସ୍ବାସ୍ଥ୍ୟ ଯୋଜନା’ ଏବଂ ‘କେନ୍ଦ୍ର କର୍ମଚାରୀ ସ୍ବାସ୍ଥ୍ୟ ସେବା’ ଜରିଆରେ ଚିକିତ୍ସା ସ୍ବାସ୍ଥ୍ୟ ସୁବିଧା ଉପଲବ୍ଧ କରୁଛି।

ଏହି ବୟାନରେ କୁହାଯାଇଥିଲା,ଭାରତୀୟ ରେଲଓ୍ବେ ଏବେ ରେଲଓ୍ବେ କର୍ମଚାରୀଙ୍କୁ ଚିକିତ୍ସା ଉପଚାର ସୁବିଧା ବଢ଼ାଇବା ଉପରେ ବିଚାର କରୁଛି।

ଏହା ଆଧାରରେ ରେଳ କର୍ମଚାରୀଙ୍କ ପାଇଁ ‘ସମଗ୍ର ସ୍ବାସ୍ଥ୍ୟ ବୀମା ଯୋଜନା’ ସହ ଜଡ଼ିତ ସମସ୍ତ ଦିଗକୁ ପରଖିବା ପାଇଁ ଏକ ସମିତି ଗଠିତ କରାଯାଇଛି।

ଏହାର ଉଦ୍ଦେଶ୍ୟ ଚିକିତ୍ସା,ଆକସ୍ମିକ ପରିସ୍ଥିତି ଆଦି ସମୟରେ ଆର୍ଥିକ ସଙ୍କଟରେ ତାଙ୍କୁ ବୀମା କଭର ଉପଲବ୍ଧ କରାଇବା।

ରେଲଓ୍ବେ ବୟାନ ମୁତାବକ ନିଜର ସମସ୍ତ ମଣ୍ଡଳ ଏବଂ ଉତ୍ପାଦନ ଏକକର ମହାପ୍ରବନ୍ଧକଙ୍କଠୁ ଏହି ପ୍ରସ୍ତାବ ଉପରେ ତାଙ୍କ ପରାମର୍ଶ ଏବଂ ପ୍ରତିକ୍ରିୟା ମାଗିଛନ୍ତି।

ରେଲଓ୍ବେ ଯଦି ଏହି ସମ୍ବନ୍ଧରେ ନିଷ୍ପତ୍ତି ନିଏ ତେବେ ୧୩ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ଫାଇଦା ମିଳିବ।

 

 

 

 

 

 

 

 

   Related Posts