ରାଜ୍ୟରେ ଚିହ୍ନଟ ହେଲେ ୧୩୮୯ କରୋନା ସଂକ୍ରମିତ, ୨୯୩୨୧୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

Published By : Prameya-News7 Bureau | November 02, 2020 IST

ଭୁବନେଶ୍ବର ୦୨।୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ତେବେ ୨୪ ଘଣ୍ଟା ମଧ୍ୟରେ ୧୩୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୩୨୧୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୯୮ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୯୧ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

wp:html /wp:html

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୬୯ଜଣ, ବାଲେଶ୍ୱର ଜିଲ୍ଲାରୁ ୫୯ ଜଣ, ବରଗଡ଼ ଜିଲ୍ଲାରୁ ୭୧ଜଣ, ଭଦ୍ରକ ଜିଲ୍ଲାରୁ ୫୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୭୦ଜଣ, ବୌଦ୍ଧ ଜିଲ୍ଲାରୁ ୭ଜଣ, କଟକ ଜିଲ୍ଲାରୁ ୧୦୧ଜଣ, ଦେଓଗଡ଼ ଜିଲ୍ଲାରୁ ୯ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୦ ଜଣ, ଗଜପତି ଜିଲ୍ଲାରୁ ୪ଜଣ, ଗଞ୍ଜାମ ଜିଲ୍ଲାରୁ ୧୧ଜଣ, ଜଗତସିଂହପୁର ଜିଲ୍ଲାରୁ ୫୩ ଜଣ, ଯାଜପୁର ଜିଲ୍ଲାରୁ ୪୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୫ଜଣ, କଳାହାଣ୍ଡି ଜିଲ୍ଲାରୁ ୨୭ଜଣ, କନ୍ଧମାଳ ଜିଲ୍ଲାରୁ ୧୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୦ଜଣ, କେନ୍ଦୁଝର ଜିଲ୍ଲାରୁ ୪୯ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୪୨ଜଣ, କୋରାପୁଟ ଜିଲ୍ଲାରୁ ୧୩ଜଣ, ମାଲକାନଗିରି ଜିଲ୍ଲାରୁ ୨୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫୫ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୪ଜଣ, ନୟାଗଡ଼ ଜିଲ୍ଲାରୁ ୨୨ଜଣ, ନୂଆପଡ଼ା ଜିଲ୍ଲାରୁ ୫୯ଜଣ, ପୁରୀ ଜିଲ୍ଲାରୁ ୫୮ଜଣ, ରାୟଗଡ଼ା ଜିଲ୍ଲାରୁ ୧୦ଜଣ, ସମ୍ବଲପୁର ଜିଲ୍ଲାରୁ ୩୪ଜଣ, ସୋନପୁର ଜିଲ୍ଲାରୁ ୩୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୦ଜଣ, ଷ୍ଟେଟ ପୁଲ୍‌ରୁ ୩୧ଜଣ ରହିଛନ୍ତି ।

wp:html /wp:html

 ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୯୩୨୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୪୨୫୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୭୭୫୬୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୪୬୪୫୧୯୨ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.