ଭଲ ଖବର, ସୁସ୍ଥ ହେଲେ ଆଉ ୧୩୭ କରୋନା ଆକ୍ରାନ୍ତ

Published By : Prameya-News7 Bureau | June 28, 2020 IST

ଭୁବନେଶ୍ୱର, ୨୮|୦୬: ରାଜ୍ୟରେ ରବିବାର ଆଉ ୧୩୭ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି  । ଏହାକୁ ମିଶାଇ ଆରୋଗ୍ୟ ଲାଭ କରିଥିବା ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୭୪୩ରେ ପହଁଚିଛି ।

ରବିବାର ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ସର୍ବାଧିକ ୩୩ଜଣ ଥିବା ବେଳେ ଖୋର୍ଧାରୁ ୨୯, କଟକରୁ ୨୨, ବାଲେଶ୍ୱରରୁ ୧୩, ଯାଜପୁରରୁ ୯, କଳାହାଣ୍ଡିରୁ ୬ , ଭଦ୍ରକରୁ ୪, ମୟୂରଭଞ୍ଜ, ନୟାଗଡ ଓ ପୁରୀରୁ ୩ଜଣ ଲେଖାଏଁ ରହିଛନ୍ତି । ସେହିପରି ବୈଧ, ବରଗଡ, ଝାରସୁଗୁଡା ଓ କେନ୍ଦ୍ରାପଡାରୁ ୨ ଜଣ ଲେଖାଏଁ ଏବଂ ଅନୁଗୋଳ, ବଲାଙ୍ଗୀର, ଜଗତସିଂପୁର ଓ ନୂଆପଡାରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି ।

wp:html /wp:html

ରାଜ୍ୟରେ ଆଉ ୨୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୬୧୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୩୪ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ୩୦ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.