Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହୁଲି ମଦ ଚୋରାଚାଲାଣ ବେଳେ ଧରାପଡିଲେ ୭ ଯୁବକ, ୧୩୭ ଲିଟର ମଦ ଜବତ

3/07/2020 at 1:34 PM

ଦିଗପହଣ୍ଡି ୩।୭: କରୋନା ମହାମାରୀକୁ ନେଇ ସରକାରଙ୍କ ନିର୍ଦ୍ଦେଶକ୍ରମେ ଚାଲିଛି ଲକ୍ ଡାଉନ୍ ଓ ସଟ୍ ଡାଉନ୍ । କିଛି ଅସାଧୁ ମଦ ମାଫିଆ ସରକାରଙ୍କ କଟକଣା ନିୟମକୁ ଉଲ୍ଲଂଘନ କରି ବେଧଡକ ଭାବେ ମଦ ଚୋରାଚାଲାଣ କରୁଛନ୍ତି କିଛି ଅସାମାଜିକ ଓ ଅମାନିଆ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ଦିଗପହଣ୍ଡି ଥାନା ଅଞ୍ଚଳରେ ଚକାତେନ୍ତୁଳି ଗ୍ରାମ ଛକ ନିକଟରେ ବେଆଇନ ଭାବେ ୭ ଯୁବକ ୪ଟି ବାଇକ୍ ଯୋଗେ ୭ଟି ବଡ ବ୍ୟାରେଲରେ ୧୩୭ ଲିଟର ମହୁଲି ମଦ ଚୋରାଚାଲାଣ କରୁଥିବା ସମୟରେ ପୋଲିସର ହାବୁଡ଼ରେ ପଡ଼ିଥିଲେ । ଦିଗପହଣ୍ଡି ପୋଲିସ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି ଥାନାରେ ଅଟକ ରଖିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଗୁରୁବାର ରାତିରେ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ବରେ ପୋଲିସ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ସମୟରେ ଉକ୍ତ ଅଞ୍ଚଳରେ ମଦ ଚୋରାଚାଲାଣ ହେଉଥିବା ପୋଲିସ କୈାଣସି ବିଶେଷ ସୂତ୍ରରୁ ଖବରପାଇ ଛକ ନିକଟରେ ଛକି ରହିଥିଲେ । ମଦବେପାରୀମାନେ ଏହା ଜାଣିନପାରି ଗୋଟିଏ ପରେ ଗୋଟିଏ ବାଇକ୍ ଆସିବା ସମୟରେ ପୋଲିସ କାବୁ କରିବାରେ ସଫଳ ହୋଇଥିବା ଜଣାପଡିଛି ।

ଗିରଫମାନଙ୍କ ମଧ୍ୟରେ ଓଡାସିଙ୍ଗି ଗ୍ରାମର ପି. ସନ୍ତୋଷ, ଟୁନା ନାୟକ ଏବଂ ରାଜପୁରର କୃଷ୍ଣଚନ୍ଦ୍ର ନାୟକ, ସୁରେଶ ଦଳାଇ ଓ ଚାଞ୍ଚଡାପଲ୍ଲୀର ରାଜେନ୍ଦ୍ର ବିଷୋୟୀ, ତାରିଣୀ ଜେନା । ଏଥିସହ ପାଟପୁର ଥାନା ଗୁଣସାଗର ଅଞ୍ଚଳର ଅର୍ଜୁନ ନାୟକ ବୋଲି ଜଣାପଡିଛି ।

   Related Posts