Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ରେଲଓ୍ବେରେ ୧୩ ହଜାର ୪୮୭ଟି ନିଯୁକ୍ତି ସୁଯୋଗ : ଏପରି କରିପାରିବେ ଆବେଦନ

5/01/2019 at 11:46 AM

ନୂଆଦିଲ୍ଲୀ ୫/୧: ରେଲଓ୍ବେରେ ଖୁବ୍ ଶୀଘ୍ର ୧୩ହଜାରରୁ ଅଧିକ ପଦ ପାଇଁ ଆବେଦନ କରାଯାଉଛି। ଏହି ସୂଚନା ରେଲଓ୍ବେର ଓ୍ବେବସାଇଟ୍ ଏବଂ ବିଭିନ୍ନ ସୋଶିଆଲ ମିଡିଆ ପ୍ଲାଟଫର୍ମରେ ଦିଆଯାଇଛି। ଏହି ନିଯୁକ୍ତି ଆବେଦନର ଅନ୍ତିମ ଦିନ ୨୦୧୯ ଜାନୁୟାରୀ ୩୧ତାରିଖ ରଖାଯାଇଛି।  

ରେଲଓ୍ବେ ଦ୍ବାରା ଜୁନିୟର ଇଞ୍ଜିନିୟର,ଡିପୋ ସାମଗ୍ରୀ ଅଧୀକ୍ଷକ,ରସାୟନ ଓ ଧାତୁକର୍ମ ସହାୟକର ୧୩,୪୮୭ ପଦର ଭର୍ତ୍ତି ପାଇଁ ଘୋଷଣା କରାଯାଇଛି। ସପ୍ତମ କେନ୍ଦ୍ର ବେତନ ଆୟୋଗ ଅନୁସାରେ ଏହି ପଦର ବେତନ ୩୫,୪୦୦-୧,୧୨,୪୦୦ଟଙ୍କା ରଖାଯାଇଛି। ରେଲଓ୍ବେ ଭର୍ତ୍ତି ବୋର୍ଡର ଓ୍ବେବସାଇଟରେ ଏହି ସବୁ ପଦର ସୂଚନା ଜାରି କରାଯାଇଛି। ଏହି ଦୁଇ ପର୍ଯ୍ୟାୟର ଭର୍ତ୍ତି (ପ୍ରଥମ ପର୍ଯ୍ୟାୟ-କମ୍ପ୍ୟୁଟର ଅନଲାଇନ୍ ପରୀକ୍ଷା,ଦ୍ବିତୀୟ ପର୍ଯ୍ୟାୟ-କାଗଜପତ୍ର ଯାଞ୍ଚ)ନିମନ୍ତେ     ଆବେଦନର ଅନ୍ତିମ ଦିନ ୨୦୧୯ ଜାନୁୟାରୀ ୩୧ରଖାଯାଇଛି।

ଡିପୋ ଭଣ୍ଡାର ଅଧୀକ୍ଷକ ହେବା ପାଇଁ ଯୋଗ୍ୟତା ହେଉଛି ଯେକୈାଣସି ମାନ୍ୟତା ପ୍ରାପ୍ତ ବିଶ୍ବବିଦ୍ୟାଳୟ ବା ସଂସ୍ଥାନରୁ ଯେକୈାଣସି ବିଷୟରେ ଇଞ୍ଜିନିୟରିଙ୍ଗରେ ୩ବର୍ଷର ଡିପ୍ଲୋମା କରିଥିବେ। ଇଞ୍ଜିନିୟରିଙ୍ଗରେ ଡିପ୍ଲୋମା ସ୍ଥାନରେ  ଇଞ୍ଜିନିୟରିଙ୍ଗର ବିଷୟରେ ଡିଗ୍ରୀ କରିଥିଲେ ମଧ୍ୟ ଏହା ସ୍ବୀକାରଯୋଗ୍ୟ ହୋଇପାରିବ। ଜୁନିୟର ଇଞ୍ଜିନିୟରିଙ୍ଗ ନିମନ୍ତେ ଆବେଦନ କରିବା ପାଇଁ ଆବଶ୍ୟକ ଯୋଗ୍ୟତା ହେଉଛି ଯେକୈାଣସି ମାନ୍ୟତା ପ୍ରାପ୍ତ ବିଶ୍ବବିଦ୍ୟାଳୟ ବା ସଂସ୍ଥାନରୁ ପିଜିଡିସିଏ/ବିଟେକ୍/ବିଏସସି/ଡିଓଇଏସିସି ଲେବଲ ପାଠ୍ୟକ୍ରମ।

ରସାୟନ ଓ ଧାତୁକର୍ମ ସହାୟକ ପଦ ନିମନ୍ତେ ଆବେଦନ କରିବା ହେତୁ ଆବେଦନ ରହିଛି ଯେକୈାଣସି ମାନ୍ୟତା ପ୍ରାପ୍ତ ବିଶ୍ବବିଦ୍ୟାଳୟ ବା ସଂସ୍ଥାନରୁ ଅତି କମରେ ୪୫ପ୍ରତିଶତ ଅଙ୍କ ସହ ଭୈାତିକ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ ସହ ବିଜ୍ଞାନରେ ସ୍ବାତକ ଡିଗ୍ରୀ ରହିଥିବ। ବିଭିନ୍ନ ପଦ ପାଇଁ ସ୍ବାସ୍ଥ୍ୟ ମାନଦଣ୍ଡ a3,b1,b2,c1। ବୟସ ଯୋଗ୍ୟତା ୧୮ରୁ ୩୩ବର୍ଷ।  

   Related Posts