କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୧୩୪୬ ସଂକ୍ରମିତ

Published By : Prameya-News7 Bureau | November 15, 2020 IST

ଭୁବନେଶ୍ଵର ୧୫।୧୧: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ନିୟନ୍ତ୍ରଣରେ ଆସୁଥିବା ଦେଖିବାକୁ ମିଳିଛି। ଗତ କିଛି ହେବ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ରୁ କମ ରହୁଛି। ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ସଭିଙ୍କୁ ଆଶ୍ଵସ୍ତ କରିଛି। କିନ୍ତୁ ମୃତ୍ୟୁ ସଂଖ୍ୟା ଏବେ ମଧ୍ୟ ଚିନ୍ତାର କାରଣ ପାଲଟିଛି। ସଂକ୍ରମଣ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ପୂର୍ବ ପରି ରହିଛି। ସେପଟେ ସୁସ୍ଥ ସଂଖ୍ୟା ବଢିବାରୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ କମି ଚାଲିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ୭୫୩ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ଆଉ ୧୩୪୬ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟକାରୀଙ୍କ ସଂଖ୍ୟା  ୨,୯୭, ୮୬୨କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରବିବାର ଟ୍ଵିଟ୍ କରି ଏହି ସୂଚନା ଦେଇଛି।

wp:html /wp:html

ବିଭାଗ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୪ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ୧୨୬, କଟକରୁ ୧୧୦, ଅନୁଗୁଳରୁ ୬୫, ବଲାଙ୍ଗୀରରୁ ୬୫, ପୁରୀରୁ ୬୩, ଜଗତସିଂହପୁରରୁ ୫୯, କେନ୍ଦ୍ରାପଡାରୁ ୫୪, ନୂଆପଡାରୁ ୫୨, ବରଗଡରୁ ୪୯, କେନ୍ଦୁଝରରୁ ୪୫, ସମ୍ବଲପୁରରୁ ୩୮, ମୟୂରଭଞ୍ଜରୁ ୩୫, ବାଲେଶ୍ଵରରୁ ୩୪ କୋଭିଡ୍-୧୯ ପଜିଟିଭ୍ ଆରୋଗ୍ୟଲାଭ କରିଛନ୍ତି।

ସେହି ପରି ଯାଜପୁରରୁ ୩୪, କଳାହାଣ୍ଡିରୁ ୩୪, ନୟାଗଡରୁ ୩୧, ଭଦ୍ରକରୁ ୨୮, ଢେଙ୍କାନାଳରୁ ୧୬, କୋରାପୁଟରୁ ୧୬, ଝାରସୁଗୁଡାରୁ ୧୫, ମାଲକାନଗିରିରୁ ୧୫, ନବରଙ୍ଗପୁରରୁ ୧୫, ଗଞ୍ଜାମରୁ ୧୪, ସୋନପୁରରୁ ୧୧, କନ୍ଧମାଳରୁ ୯, ଗଜପତିରୁ ୬, ରାୟଗଡାରୁ ୬, ଦେବଗଡରୁ ୩ ଓ ବୌଦ୍ଧରୁ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୫୩ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩,୦୮, ୬୫୯କୁ ବୃଦ୍ଧି ଘଟିଛି। ଅନ୍ୟପଟେ କରୋନାରେ ଆଉ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୫୨୭ରେ  ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.