ଥମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୧୩୪୦ ଆକ୍ରାନ୍ତ

Published By : Prameya-News7 Bureau | November 11, 2020 IST

ଭୁବନେଶ୍ଵର ୧୧।୧୧: ରାଜ୍ୟରେ କରୋନା ଭାଇରସ୍‌ର ପ୍ରକୋପ ନିୟନ୍ତ୍ରଣକୁ ଆସୁଥିବା ଦେଖିବାକୁ ମିଳିଛି। ଗତ ଏକ ମାସରୁ ଅଧିକ ସମୟ ହେବ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୦ରୁ କମ ରହୁଛି। ନଭେମ୍ଵର ମାସରେ ଏହି ସଂଖ୍ୟା ୧୫୦୦ରୁ କମ ରହିଛି। କିନ୍ତୁ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି। ସେପଟେ ସୁସ୍ଥ ସଂଖ୍ୟା ବଢିବାରୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ କମି ଚାଲିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୩୪୦ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟକାରୀଙ୍କ ସଂଖ୍ୟା  ୨,୯୨, ୪୭୭କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବୁଧବାର ଟ୍ଵିଟ୍ କରି ଏହି ସୂଚନା ଦେଇଛି।

wp:html /wp:html

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରୁ ୧୫୯, ସୁନ୍ଦରଗଡ ଜିଲ୍ଲାରୁ ୧୦୬, କଟକ ଜିଲ୍ଲାରୁ ୯୯, ବଲାଙ୍ଗୀରରୁ ୮୬, କେନ୍ଦ୍ରାପଡାରୁ ୭୬, ବରଗଡରୁ ୭୧, ନୂଆପଡାରୁ ୭୦, ପୁରୀରୁ ୬୩, ଜଗତସିଂହପୁରରୁ ୫୬, କେନ୍ଦୁଝରରୁ ୫୫, ମୟୂରଭଞ୍ଜରୁ ୫୫, ବାଲେଶ୍ଵରରୁ ୪୫, ଯାଜପୁରରୁ ୪୩ ଜଣ କୋଭିଡ୍-୧୯ ପଜିଟିଭ୍ ଆରୋଗ୍ୟଲାଭ କରିଛନ୍ତି।

ସେହି ପରି ଝାରସୁଗୁଡାରୁ ୪୧, ସମ୍ବଲପୁରରୁ ୩୩, ନବରଙ୍ଗପୁରରୁ ୩୧, ଭଦ୍ରକରୁ ୩୦, ଅନୁଗୁଳରୁ ୨୮, କଳାହାଣ୍ଡିରୁ ୨୭, ଗଞ୍ଜାମରୁ ୨୫, କନ୍ଧମାଳରୁ ୨୧, କୋରାପୁଟରୁ ୨୧, ମାଲକାନଗିରିରୁ ୨୧, ଢେଙ୍କାନାଳରୁ ୨୦, ସୋନପୁରରୁ ୧୯, ନୟାଗଡରୁ ୯, ଦେବଗଡରୁ ୮ ଓ ରାୟଗଡାରୁ ୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୨୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୫  ହଜାରକୁ ବୃଦ୍ଧି ଘଟିଛି। ଅନ୍ୟପଟେ କରୋନାରେ ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୪୬୯ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.