ଓସମାନାବାଦ ଜେଲ୍‌ରେ ୧୩୩ କଏଦୀ କରୋନା ସଂକ୍ରମିତ, ୯ ମହିଳାଙ୍କ ରିପୋର୍ଟ ପଜିଟିଭ୍

Published By : Prameya-News7 Bureau | May 17, 2021 IST

ମୁମ୍ବାଇ ୧୭।୫: ମହାରାଷ୍ଟ୍ରର ଓସମାନାବାଦ ଜିଲ୍ଲା ଜେଲରେ ଦୁଇ ଦିନ ମଧ୍ୟରେ ମୋଟ୍ ୧୩୩ କଏଦୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଜିଲ୍ଲା ସିଭିଲ୍ ହସ୍ପିଟାଲ୍ ଦ୍ବାରା ଜାରି କରାଯାଇଥିବା ତଥ୍ୟ ଅନୁସାରେ ଶନିବାର ଦିନ ୩୫ କଏଦୀ ସଂକ୍ରମିତ ହୋଇଥିଲେ । ପୁଣି ରବିବାର ଦିନ ଆଉ ୯୮ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି ।

ତଥ୍ୟ ଅନୁସାରେ ସଂକ୍ରମିତ କଏଦୀମାନଙ୍କ ମଧ୍ୟରେ ୯ ଜଣ ମହିଳା ଅଛନ୍ତି । ରବିବାର ଦିନ ଓସମାନାବାଦ ଜିଲ୍ଲାରେ ୪୯୨ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ୍ ସଂଖ୍ୟା ୪୮,୯୫୬କୁ ବୃଦ୍ଧି ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.