Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

୧୩,୨୦୦ ବୋତଲ ବେଆଇନ୍‌ କଫ୍‌ ସିରପ୍‌ ଜବତ, ୪ ଗିରଫ

15/10/2020 at 9:00 PM

ବରଗଡ଼୧୫/୧୨: ବରଗଡ଼ ଜିଲ୍ଲାରେ ଦିନକୁ ଦିନ ବେଆଇନ ଭାବେ କଫ୍ ସିରପ୍‌ ବିକ୍ରି ବୃଦ୍ଧି ପାଇଥିବା ବେଳେ ଆଜି ଜିଲ୍ଲାର ସୋହେଲା ପୋଲିସକୁ ମିଳିଛି ବଡ ସଫଳତା। ଏହି କଫ୍ ସିରପ୍ କାରବାରରେ ସମ୍ପୃକ୍ତ ୪ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଥିବା ବରଗଡ଼ ଏସପି ପଦ୍ମିନୀ ସାହୁ କହିଛନ୍ତି । ଘଟଣା ଅନୁଯାୟୀ ବଲାଙ୍ଗୀର ଜିଲ୍ଲାର ଶ୍ରୀ ନାରାୟଣ ଏଣ୍ଟରପ୍ରାଇଜେସ ମେଡ଼ିସିନ ଦୋକାନର ମାଲିକ ସଂଗ୍ରାମ ସାହୁ  ଯିଏ କି ମେଡ଼ିସିନ ହୋଲସେଲ୍ କରନ୍ତି, ସେ ଜାଲ ଜିଏସଟି ଓ ଜାଲ ଚାଲାଣ ଜରିଆରେ ମଧ୍ୟପ୍ରଦେଶର ଗ୍ୱ।ଲିୟରରୁ ସଇଁତଲାର ପ୍ରିୟା ମେଡ଼ିକାଲ ଷ୍ଟୋର ନାଁରେ ୧୩୨୦୦ ବୋତଲ କଫ ସିରପ୍‌ ସେଫ୍ ଏକ୍ସପ୍ରେସ କୋରିୟର ମାଧ୍ୟମରେ ମଗାଇଥିଲେ।

ଯାହା କି ସୋହେଲା ପୋଲିସ୍ ନାକା କରୁଥିବା ବେଳେ ହଲଦୀପାଲି ଛକ ନିକଟରେ ଧରା ପଡିଥିଲା। ଏହି ଘଟଣାରେ ଧରାପଡିଥିବା କଫ ସିରଫର ଆନୁମାନିକ ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ବିପୁଳ କଫ ସିରପ୍ ସମେତ ଗୋଟିଏ ପିକ୍ ଅପ୍ ଭେନ , ଜାଲ ଜି ଏସ ଟି ବିଲ,୨୦ ଲିଟର ଅପମିଶ୍ରିତ ସିରପ୍ ଥିବା ଜାର୍କିନ ଆଦି ଜବତ କରିଛି ସୋହେଲା ପୋଲିସ ।

ଏହି ଘଟଣାରେ ସୋହେଲା ପୋଲିସ ସମ୍ବଲପୁର ଜିଲ୍ଲା ତାଲପଦର ର ଗୁରୁ ମିର୍ଦ୍ଧା, ଶାସନର ଆକାଶ କୁମ୍ଭାର, ଦେହେରି ପାଲିର ଆଲୋକ ମହାରଣା ଏବଂ ବଲାଙ୍ଗୀର ଜିଲ୍ଲାର ଶଙ୍କର ଦେବ ଓରଫ ଦୀପକ ସେଠକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ଏହି ଘଟଣା ର ମୁଖ୍ୟ ଅଭିଯୁକ୍ତ ତଥା ଶ୍ରୀ ନାରାୟଣ ଏଣ୍ଟରପ୍ରାଇଜେସର ମାଲିକ ଫେରାର ହୋଇଯାଇଥିବା କହିଛିନ୍ତି ଏସ ପି ପଦ୍ମିନୀ ସାହୁ । ସେଫ ଏକ୍ସପ୍ରେସ କୋରିଅର ସଂସ୍ଥାର କାର୍ଯ୍ୟକଳାପ ସମ୍ପର୍କରେ ମଧ୍ୟ ତଦନ୍ତ ଚାଲିଥିବା କୁହାଯାଇଛି ।

   Related Posts