୨୦୧୯ ନିର୍ବାଚନ ପାଇଁ ଗଜପତି ଜିଲ୍ଲାରେ ପହଁଚିଲା ୧୩୧୦ ଟି ଇଭିଏମ
19/08/2018 at 10:11 AM

ଗଜପତି ୧୯/୮ : ଆସନ୍ତା ୨୦୧୯ ନିର୍ବାଚନ ପାଇଁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଗୋରଖପୁର ଏବଂ ମଥୁରାରୁ ୧୩୧୦ ଟି ଇଭିଏମ ଆସି ପହଞ୍ଚିଛି । ଇଭିଏମ ଗୁଡିକୁ ସମସ୍ତ ରାଜନୌତିକ ଦଳର ସଭାପତି ମାନଙ୍କ ଉପସ୍ଥିତିରେ ଜିଲ୍ଲାପ୍ରଶାସନ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ନିୟନ୍ତ୍ରିତ ବଜାର କମିଟି ଗୋଦାମ ଗୃହରେ ସୁରକ୍ଷା ସହ ରଖାଯାଇଛି । ଇଭିଏମ ଆସିବା ସମୟରେ ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ରଜନୀ କାନ୍ତ ସ୍ବାଇଁ, ପାରଳାଖେମୁଣ୍ଡି ତହସିଲଦାର କେଦାରନାଥ ଭୋଇ, ବିଡିଓ ଗୋଷାଣୀ ସଂଗ୍ରାମ ଶେଖର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ବିରେଦ୍ର କୁମାର କାରର୍କରା ପ୍ରମୁଖ ଉପସ୍ଥିତ ରହି ଆସିଥିବା ସମସ୍ତ ଇଭିଏମକୁ ଯାଞ୍ଚ କରି ଗୋଦାମ ଗୃହରେ ସୁରକ୍ଷାର ସହ ରଖିଛନ୍ତି । ଇଭିଏମ ଗୁଡିକୁ ପୁଲିସ ସୁରକ୍ଷା ବଳୟରେ ରଖାଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।
Related Posts
ନିଆଁ ଲାଗି ଜଳିଗଲା ଏକର ଏକର ଜଙ୍ଗଲ
7 March 2021
ବୁଲାଣିରେ ଓଲଟିଲା ପିକ୍ଅପ୍ ଭ୍ୟାନ୍, ଜଣେ ଗୁରୁତର
7 March 2021