Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଶହ ଶହ ଆକ୍ରାନ୍ତ ପରେ ଆସିଲା ଆଶ୍ଵସ୍ତିକର ଖବର, ଆଜି ୨୬ ଜିଲ୍ଲାରୁ ସୁସ୍ଥ ହେଲେ ୧୩୦୫ ସଂକ୍ରମିତ

14/08/2020 at 8:48 PM

ଭୁବନେଶ୍ଵର ୧୪।୦୮: ରାଜ୍ୟରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ। ଟେଷ୍ଟିଂ ବଢିବା ସହିତ ଆକ୍ରାନ୍ତଙ୍କ ସହିତ ଆରୋଗ୍ୟକାରୀଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି। ଆଜି ଗୋଟିଏ ଦିନରେ ୧୯୭୭ ନୂତନ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୬ ଜିଲ୍ଲାରୁ ୧୩୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆରୋଗ୍ୟକାରୀଙ୍କ ସଂଖ୍ୟା ୩୯,୨୦୫ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ଶୁକ୍ରବାର ଏହାର ସୂଚନା ଦିଆଯାଇଛି।

ବିଭାଗ ଅନୁଯାୟୀ ସୁସ୍ଥ  ହୋଇଥିବା ୧୩୦୫ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୬୬ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ୧୫୬ ସୁସ୍ଥଙ୍କ ସହ ଦ୍ଵିତୀୟରେ ରହିଛି ଖୋର୍ଦ୍ଧା। ସେହି ପରି କଟକ ଜିଲ୍ଲାରୁ ୧୨୮, ଯାଜପୁରରୁ ୧୧୧, ମାଲକାନଗିରିରୁ ୭୫, ବାଲେଶ୍ଵରରୁ ୭୧, ସୁନ୍ଦରଗଡରୁ ୬୩, ପୁରୀରୁ ୫୦, କଳାହାଣ୍ଡିରୁ ୪୪, କେନ୍ଦ୍ରାପଡାରୁ ୪୨ ରୋଗୀ କରୋନାମୁକ୍ତ ହୋଇଛନ୍ତି।

ଏହିପରି କୋରାପୁଟ ଜିଲ୍ଲାରୁ ୩୩, ନୟାଗଡ ଜିଲ୍ଲାରୁ ୩୩, ଢେଙ୍କାନାଳରୁ ୨୮, ଗଜପତିରୁ ୨୫, ନବରଙ୍ଗପୁରରୁ ୨୫, ସମ୍ଵଲପୁରରୁ ୨୪, ଭଦ୍ରକରୁ ୨୦, ଝାରସୁଗୁଡାରୁ ୧୯, ମୟୂରଭଞ୍ଜରୁ ୧୮, ନୂଆପଡାରୁ ୧୬, କନ୍ଧମାଳରୁ ୧୨, କେନ୍ଦୁଝରରୁ ୧୨, ରାୟଗଡାରୁ ୧୦, ଜଗତସିଂହପୁରରୁ ୯, ବଲାଙ୍ଗିରରୁ ୮ ଓ ବରଗଡରୁ ୭ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯୭୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୪୬୩୦ରେ ପହଞ୍ଚିଛି। ଆଜିର ସୁସ୍ଥ ସଂଖ୍ୟା ମିଶାଇ ଅଦ୍ୟାବଧି ୩୯,୨୦୫ରେ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ଭଳି ଗତ ୨୪ ଘଣ୍ଟାରେ ଆଉ ୧୦ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଅଦ୍ୟାବଧି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨୪କୁ ବୃଦ୍ଧି ଘଟିଛି।

   Related Posts