ପାକିସ୍ତାନରେ ହିନ୍ଦୁ ମନ୍ଦିର ! ମାଟି ଖୋଳୁ ଖୋଳୁ ବାହାରିଲା ୧୩ ଶହ ଖ୍ରୀଷ୍ଟାବ୍ଦର ବିରାଟ ବିଷ୍ଣୁ ମନ୍ଦିର

Published By : Prameya-News7 Bureau | November 21, 2020 IST

ନୂଆଦିଲ୍ଲୀ ୨୧/୧୧ : ପାକିସ୍ତାନରେ ହିନ୍ଦୁ ମନ୍ଦିର । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ଉତ୍ତର-ପଶ୍ଚିମ ପାକିସ୍ତାନର ସ୍ବାଟ୍ ଜିଲ୍ଲାର ବାରିକୋଟ ଅଞ୍ଚଳରେ ଏକ ପାହାଡ ଖୋଳା ଯାଉଥିବା ସମୟରେ ହିନ୍ଦୁ ମନ୍ଦିର ଆବିଷ୍କାର ହୋଇଥିବା ସୂଚନା ମିଳିଛି । ତେବେ ଏହି ମନ୍ଦିରଟି ୧୩ ଶହ ଖ୍ରୀଷ୍ଟାବ୍ଦର ବୋଲି ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ପାକିସ୍ତାନର ସ୍ବାର୍ଟ ଜିଲ୍ଲାର ବାରିକୋଟ ଘୁଣ୍ଡାଇ ଅଞ୍ଚଳରେ ଏକ ପାହାଡ ଖୋଳାଯାଉଥିବା ସମୟରେ ୧୩ ଶହ ଖ୍ରୀଷ୍ଟାବ୍ଦର ଏହି ହିନ୍ଦୁ ମନ୍ଦିରକୁ ଆବିଷ୍କାର କରାଯାଇଛି । ଏହାକୁ ପାକିସ୍ତାନୀ ଏବଂ ଇଟାଲିୟାନ ଆର୍ଚିଓଲୋଜିକାଲ ଏକ୍ସପର୍ଟଙ୍କ ଦ୍ବାରା ଆବିଷ୍କାର କରାଯାଇଛି । ପାକିସ୍ତାନର ଖ୍ୟାଇବର ପଖତୁନଖ୍ବା ଆର୍ଚିଓଲୋଜି ବିଭାଗର ଅଧିକାରୀ ଫଜଲେ ଖାଲିକ୍ କହିଛନ୍ତି ଆବିଷ୍କୃତ ହୋଇଥିବା ମନ୍ଦିରଟି ହେଉଛି ଭଗବାନ ବିଷ୍ଣୁଙ୍କର । ଏହା ୧୩ ଶହ ଖ୍ରାଷ୍ଟାବ୍ଦରେ ହିନ୍ଦୁ ସାହିମାନଙ୍କ ଦ୍ବାରା ନିର୍ମାଣ କରାଯାଇଥିଲା ।

ଏକ୍ସପର୍ଟମାନେ, ଖୋଳାଯାଇଥିବା ସ୍ଥାନରୁ ଏକ ପାଣି କୁଣ୍ଡ ମଧ୍ୟ ପାଇଛନ୍ତି ଯାହାକି ହିନ୍ଦୁମାନେ ଗାଧୋଇବା ପାଇଁ ବ୍ୟବହାର କରୁଥିବା କହିଛନ୍ତି । ତେବେ ପ୍ରଥମ ଥର ପାଇଁ ସେହି ଅଞ୍ଚଳରେ ଏଭଳି ଚମତ୍କାର ଘଟିଥିବା କହିଛନ୍ତି ଏକ୍ସପର୍ଟ । ଇଟାଲୀୟାନ ଆର୍ଚିଓଲୋଜିକାଲ ମିଶନର ମୁଖ୍ୟ ଡଃ ଲୁକ୍କା କହିଛନ୍ତି ଯେ, ପ୍ରଥମ ଥର ଘାନାଧରା ସଭ୍ୟତାର ମନ୍ଦିର ସ୍ବାଟ୍ ଜିଲ୍ଲାରେ ଆବିଷ୍କାର କରାଯାଇଛି । ସ୍ବାଟ ଜିଲ୍ଲା ହେଉଛି ପାକିସ୍ତାନର ଟପ ୨୦ ଜିଲ୍ଲା ମଧ୍ୟରୁ ଗୋଟିଏ ଯେଉଁଠାରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.