Blacklist ହେବେ ସରକାରୀ ସହାୟତାରେ ଚାଲୁଥିବା ୧୩୦ NGO

Published By : Prameya-News7 Bureau | October 19, 2020 IST

ନୂଆଦିଲ୍ଲୀ ୧୯।୧୦: କେନ୍ଦ୍ରସରକାର ସ୍ୱେଚ୍ଛାସେବୀ ସଂସ୍ଥା (ଏନଜିଓ)ଙ୍କ ଉପରେ କଟକଣା କଡା କରିବାକୁ ଯାଉଛନ୍ତି। ଏହି କ୍ରମରେ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରାଳୟ ଏପରି ୧୩୦ଟି ଏନଜିଓଙ୍କୁ ଚିହ୍ନଟ କରିଛନ୍ତି ଯେଉଁମାନେ ସରକାରୀ ସହାୟତା ପ୍ରାପ୍ତ କରୁଥିଲେ। ଏପରି ସ୍ୱେଚ୍ଛାସେବୀ ସଂସ୍ଥାମାନେ ସରକାରଙ୍କଠାରୁ ପ୍ରାପ୍ତ କରୁଥିବା ସହାୟତାର ସଠିକ ଉପଯୋଗ କରିନାହାନ୍ତି ନଚେତ କରିଥିବା କାର୍ଯ୍ୟର  ଉପଯୁକ୍ତ ପ୍ରମାଣ ଉପସ୍ଥାପନ କରିପାରୁ ନାହାନ୍ତି।

ଦେଶରେ ଅନେକ ଏନଜିଓ  ସରକାରଙ୍କ ଠାରୁ ବିଭିନ୍ନ ଜନ କଲ୍ୟାଣମୂଳକ କାର୍ଯ୍ୟ ଲାଗି ସହାୟତା ପ୍ରାପ୍ତ କରୁଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ଅନେକ ଅର୍ଥର ସଦୁପଯୋଗ କରୁ ନାହାନ୍ତି। ଏଥିଲାଗି ସରକାର ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଅଫ ସୋସିଆଲ ଡିଫେନ୍ସ ଦ୍ୱାରା ଏକ ଯାଞ୍ଚ କରାଇଥିଲେ। ଯେଉଁଥିରେ ୧୩୦ଟି ସଂସ୍ଥା ସରକାରୀ ସହାୟତାର ଉପଯୋଗ ପ୍ରମାଣପତ୍ର ଉପସ୍ଥାପନ କରିବାରେ ବିଫଳ ହୋଇଛନ୍ତି। ଏଣୁ ସରକାର ଏବେ ଏହି ସବୁ ଏନଜିଓଙ୍କୁ କଳାତାଲିକାଭୁକ୍ତ କରିବାକୁ ବିଚାର କରୁଥିବା ଜଣାପଡିଛି।

ଏଭଳି ସଂସ୍ଥାଙ୍କ ମଧ୍ୟରେ ପ୍ରାୟ ଡ୍ରଗ ଡିଆଡିକ୍ସନ ଲାଗି କାର୍ଯ୍ୟ କରୁଥିବାର ଜଣାପଡିଛି। ଏଥିରେ ମହାରାଷ୍ଟ୍ରର ସର୍ବାଧିକ ୨୦ଟି ଏନଜିଓଙ୍କ କାର୍ଯ୍ୟପଦ୍ଧତୀ ଲାଗି କଳାତାଲିକାଭୁକ୍ତ କରାଯିବାକୁ ଥିବା ବେଳେ କର୍ଣ୍ଣାଟକର ୧୩, ରାଜସ୍ଥାନର ୧୧ ଓ ଉତ୍ତର ପ୍ରଦେଶର ୮ଟି ଏନଜିଓ ସରକାରଙ୍କ ଆଖିରେ ଅଛନ୍ତି। ଏନଜିଓମାନଙ୍କର ତଦନ୍ତ ଲାଗି ଇନସ୍ପେକ୍ସନ ଟିମରେ ଇଣ୍ଡିଆନ ଇନିଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲଜି, ଟାଟା ଇନିଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନ୍ସେସ୍, ଡିୟୁ ଏବଂ ଅଲମନାଇ ୟୁନିଭର୍ସିଟିର ଛାତ୍ରମାନେ ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.