କଟକ କଲେଜ ଛକ ନିକଟରୁ ୧୩୦ ଗ୍ରାମ ବ୍ରାଉନ ସୁଗାର ଜବତ
11/09/2018 at 3:50 PM

କଟକ ୧୧/୯ : କଟକରୁ ୧୩୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି | କଟକ କଲେଜ ଛକ ନିକଟରୁ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ଫ୍ଲାୟିଙ୍ଗ ସ୍କ୍ୱାର୍ଡ | ଘଟଣାରେ ଜଣକୁ ଗିରଫ କରିଛି ଅବକାରୀ ବିଭାଗ | ଗିରଫ ଅଭିଯୁକ୍ତ ହେଲେ ପ୍ରକାଶ ବାରିକ | ଜଳେଶ୍ୱରରୁ ଖୋର୍ଦ୍ଧା ଚାଲାଣ ହେଉଥିବା ବେଳେ ଜବତ ହୋଇଛି ବ୍ରାଉନ ସୁଗାର | ତେବେ ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ଆନୁମାନିକ ୧୩ ଲକ୍ଷ ଟଙ୍କା ହେବ ବୋଲି କହିଛି ଅବକାରୀ ବିଭାଗ |
Related Posts
ପୋଖରୀରୁ ମାଛ ନେଲା କିଏ ? ଥାନାରେ ଏତଲା ଦେଲେ ସରପଞ୍ଚ
22 May 2022
ପୋଲିସକୁ ମାଡ଼ ଘଟଣା, ୨୪ ଗିରଫ
22 May 2022