ପାଶବିକତାର ସୀମା ପାର କରିଦେଲେ: ୧୩ ବର୍ଷୀୟ ନାବାଳିକା ସହ ୩ ଦିନ ଧରି ଲଗାତାର ଦୁଷ୍କର୍ମ କଲେ ୯ ମଣିଷ ରୂପି ରାକ୍ଷସ
17/01/2021 at 3:09 PM

ଓମାରିୟା ୧୭/୦୧ : ମଧ୍ୟ ପ୍ରଦେଶ ଓମାରିୟାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ୧୩ ବର୍ଷର ନାବାଳିକାକୁ ୯ଜଣ ଲଗାତାର ୩ ଦିନ ଧରି ଦୁଷ୍କର୍ମ କରିଥିଲେ। ପ୍ରଥମେ ଦୁଇ ଜଣ ଗଣଦୁଷ୍କର୍ମ କରିଥିଲେ ଓ ପରେ ଅନ୍ୟମାନେ ନାବାଳିକାକୁ ଦୁଷ୍କର୍ମ କରିଥିଲେ। ନାବାଳିକା ଯାହାକୁ ବି ସାହାଯ୍ୟ ମାଗିଲେ ସମସ୍ତେ ତାଙ୍କର ଫାଇଦା ଉଠାଇଲେ। ନାବାଳିକା ଘରଲୋକ ସହ ଥାନାକୁ ଯାଇ ସବୁ ଘଟଣା କହିବା ପରେ ପୋଲିସକର୍ମୀଙ୍କ ଲୋମଟାଙ୍କୁରୀ ଉଠିଥିଲା। ମାମଲା ରୁଜ୍ଜୁ ପରେ ପୋଲିସ ୭ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍କୁ ପଠାଇଛି।
ପୋଲିସ କହିବାନୁଯାୟୀ, ନାବାଳିକାଙ୍କ ପିତା ଜବଲପୁରରେ ସରକାରୀ ଚାକିରୀ କରନ୍ତି। ନାବାଳିକା ସେଠାରେ ପିତାଙ୍କ ସହ ରହି ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ଲକଡାଉନରେ ସେ ମା’ ପାଖକୁ ଓମାରିୟା ଆସିଥିଲେ। ଜାନୁଆରୀ ୧୧ ତାରିଖ ଆପରାହ୍ନରେ ସେ କିଶୋରୀ ନଗର ପରିବା ମଣ୍ଡି ଯାଇଥିଲେ। ସେଠାରେ ରାହୁଲ ଓ ଆକାଶ ନାମକ ଦୁଇ ଅଭିଯୁକ୍ତ ଦେଖି ଏକ ଦୋକାନକୁ ନେଇଯାଇଥିଲେ। ସେଠାରେ ସେମାନେ ନାବାଳିକାଙ୍କୁ ଫୁସଲେଇ ତାଙ୍କ ଠାରୁ ମୋବାଇଲ ନମ୍ବର ମାଗି ନେଇଥିଲେ। ଏହାପରେ ବୁଲାଇବା ବାହାନାରେ ବାଇକରେ ବସେଇ ନେଇଯାଇଥିଲେ।
ଦୁଇ ଅଭିଯୁକ୍ତ ଗାଁ ନିକଟସ୍ଥ ଏକ ଜଙ୍ଗଲକୁ ନେଇଗଲେ। ସେଠାରେ ସେମାନେ ନାବାଳିକାକୁ ଡରାଇ ଧମକାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ତାପରେ ୪୩ ନମ୍ବର ରାଜପଥ କଡରେ ଥିବା କା ଢ଼ାବାକୁ ନେଇଯାଇଥିଲେ। ରାତିରେ ସେଠାରେ ତାଙ୍କୁ ବନ୍ଧକ କରି ରଖିଲେ। ସେଠାରେ ଧାଵା ସଞ୍ଚାଳକ ପାରସ ଓ ଅନ୍ୟ ସାଥିମାନେ ମିଶି ନାବାଳିକା ସହ ଦୁଷ୍କର୍ମ କରିଥିଲେ। ଏହାପରେ ନାବାଳିକା ପୁଣି ଜଙ୍ଗଲକୁ ନେଇ ସେଠାରେ ତାଙ୍କ ସହ ଦୁଷ୍କର୍ମ ଓ ମାରପିଟ କରିଥିଲେ। ଅଭିଯୁକ୍ତମାନେ ପାଶବିକତାର ସବୁ ସୀମା ପାର କରିଦେଲେ।
ପୋଲିସ ଅନୁସାରେ ଦୁଷ୍କର୍ମର ଆରଦିନ ଅର୍ଥାତ ଜାନୁଆରୀ ୧୨ ତାରିଖରେ ନାବାଳିକା ତାଙ୍କୁ ନିଜ ବଡ ବାପାଙ୍କ ପାଖରେ କଟନିରେ ନେଇ ଛାଡିଦେବାକୁ କାକୁତି ମିନତୀ କରିଥିଲେ। ଅଭିଯୁକ୍ତମାନେ ତାଙ୍କୁ ରୋହିତ ନାମକ ଏକ ଟ୍ରକ ଡ୍ରାଇଭର ସାଙ୍ଗେ ବସେଇଦେଲେ। ରାସ୍ତାରେ ଟ୍ରକା ଡ୍ରାଇଭର ମଧ୍ୟ ନାବାଳିକା ସହ ଦୁଷ୍କର୍ମ କରିଥିଲା। ପରେ ତାଙ୍କୁ ବଡବାରା ନିକଟସ୍ଥ ଟୋଲା ଗେଟ ପାଖରେ ଛାଡି ଦେଇଥିଲା। ସେଠାରେ ନାବାଳିକା ପୁଣି ଓମାରିୟା ଯିବାକୁ ଟ୍ରକ ଚାଳକକୁ ଲିଫ୍ଟ ମାଗିଥିଲେ। ସେହି ଟ୍ରକ ଚାଳକ ମଧ୍ୟ ନାବାଳିକାଙ୍କ ଅସହାୟତାର ଫାଇଦା ଉଠାଇ ଦୁଷ୍କର୍ମ କରିଥିଲା। ପରେ ତାଙ୍କୁ ଓମାରିୟା ନିକଟରେ ଛାଡି ଫେରାର ହୋଇଯାଇଥିଲା।