Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

୧୩ ବର୍ଷପରେ ଭାଦ୍ରବ ପୂର୍ଣ୍ଣିମାରେ ଦେଖାଯିବ ‘ଫୁଲ ହାର୍ଭେଷ୍ଟ ମୁନ’, ଜାଣନ୍ତୁ କେଉଁ ରାଶି ପାଇଁ ରହିବ କେମିତି

13/09/2019 at 10:04 PM

ଭାଦ୍ରବ ମାସର ଅନ୍ତିମ ଦିନ ଅର୍ଥାତ ପୂର୍ଣ୍ଣିମାରେ ଚଳିତବର୍ଷ ପୂର୍ଣ୍ଣଚନ୍ଦ୍ର ବା ‘ଫୁଲ ହାର୍ଭେଷ୍ଟ ମୁନ’ ଦେଖିବାକୁ ମିଳିବ। ପ୍ରାୟ ୧୩ ବର୍ଷ ପରେ ଏହି ପୂର୍ଣ୍ଣିମାରେ ଚନ୍ଦ୍ରଙ୍କର ପୂର୍ଣ୍ଣଆକୃତି ଦେଖିବେ । ଅନ୍ୟ ପୂର୍ଣ୍ଣମୀ ମାନଙ୍କରେ ଚନ୍ଦ୍ର ସୂର୍ଯ୍ୟଙ୍କ ଅସ୍ତ ଯିବାର ପ୍ରାୟ ୫୦ ମିନିଟ୍ ପରେ ଉଦୟ ହେବାର ଦେଖାଯାଆନ୍ତି । ହେଲେ ଭାଦ୍ର ପୂର୍ଣ୍ଣିମାରେ ସୂର୍ଯ୍ୟାସ୍ତର ମାତ୍ର ୫ ମିନିଟ୍ ପରେ ଚନ୍ଦ୍ରଙ୍କର ଉଦୟ ହୁଏ।

ଭାଦ୍ରବ ପୂର୍ଣ୍ଣିମାର ଏହି ଚନ୍ଦ୍ରଙ୍କୁ ଶରଦଚନ୍ଦ୍ର ବି କୁହାଯାଇପାରେ। ଏହା ପୂର୍ବରୁ ଜାନୁୟାରୀ ୨୦୦୬ ଶୁକ୍ରବାର ଏହିଭଳି ପୂର୍ଣ୍ଣ ଚନ୍ଦ୍ର ଉଦୟ ହୋଇଥିଲେ। ଏହା ପରେ ୨୦୩୩ ମସିହାରେ ଅର୍ଥାତ ୧୩ ବର୍ଷ ପରେ ପୂର୍ଣ୍ଣିମାରେ ପୁଣି ପୂର୍ଣ୍ଣ ଚନ୍ଦ୍ର ଦେଖାଦେବେ ବୋଲି ଜ୍ୟୋତିଷୀୟ ଗଣନାକାରୀମାନେ କହିଛନ୍ତି। ଏହା ଛଡା ଫୁଲ ହାର୍ଭେଷ୍ଟ ମୁନ ୧୩ ଅଗଷ୍ଟ ୨୦୪୯ରେ ବି ଦେଖିବାକୁ ମିଳିବ।

ଅନ୍ୟ ପୂର୍ଣ୍ଣିମାର ଚନ୍ଦ୍ର ଅପେକ୍ଷା ଏହି ପୂର୍ଣ୍ଣମୀରେ ଚନ୍ଦ୍ରଙ୍କ କିରଣ ଖୁବ୍ ଶୀଘ୍ର ପୃଥିବୀ ଉପରେ ପଡିଥାଏ। ଚନ୍ଦ୍ର ଫସଲର କାରକ ଗ୍ରହ ବୋଲି ଭାରତୀୟ ଜ୍ୟୋତିଷରେ ବର୍ଣ୍ଣନା ରହିଛି। ଏଣୁ ଏଭଳି ପୂର୍ଣ୍ଣ ଚନ୍ଦ୍ର ଯୋଗୁ ଚଳିତ ବର୍ଷ ଉତ୍ତମ ଫସଳ ଅମଳର ଆଶା କରାଯାଉଛି। ତେବେ ଆସନ୍ତୁ ଜାଣିବା ଏହି ପୂର୍ଣ୍ଣିମାର ଜ୍ୟୋତିଷୀୟ ତତ୍ୱ। ଶତଭିଷା ନକ୍ଷତ୍ରରେ ଚନ୍ଦ୍ର କୁମ୍ଭରାଶିରେ ରହିଛନ୍ତି। ଏହି ନକ୍ଷତ୍ରର ସ୍ୱାମୀ ରାହୁ ଅଟନ୍ତି। ସେପଟେ ସୂର୍ଯ୍ୟ ଓ ମଙ୍ଗଳଙ୍କ ଦୃଷ୍ଟି ମଧ୍ୟ ଚନ୍ଦ୍ରଙ୍କ ଉପରେ ପଡୁଛି। ଏହି ଯୋଗର ପ୍ରଭାବ ସମସ୍ତ ୧୨ଟି ଜାକ ରାଶିଙ୍କ ଉପରେ ରହିବ। ତେବେ ଜଣନ୍ତୁ ରାଶିମାନଙ୍କ ଲାଗି କିପରି ରହିବ ପୂର୍ଣ୍ଣିମା।

ମେଷ- ଲାଭଦାୟକ ସମୟ, ବୃଷ୍-କାର୍ଯ୍ୟଚାପ ବଢିବ, ମିଥୁନ-ଭାଗ୍ୟର ସହଯୋଗ ମିଳିବ, କର୍କଟ- ଭୟ ଓ ଚିନ୍ତାକାରକ ସମୟ, ସିଂହ- ପ୍ରେମ ଓ ସୁଖ,  କନ୍ୟା-ଶତ୍ରୁ ଓ ବିରୋଧୀ ଭୟ, ତୁଳା- ରୋଜଗାର ଲାଭ, ବୃଶ୍ଚିକ- ଆର୍ଥିକ କ୍ଷତିର ସମୟ, ଧନୁ-ମାତୃ ସୁଖ, ମକର- ସ୍ଥାୟୀ ସମ୍ପତ୍ତିରୁ ଲାଭ, କୁମ୍ଭ- ଅର୍ଥଲାଭର ସମୟ ଓ ମୀନ ରାଶି ଲାଗି ପ୍ରତିଷ୍ଠାରେ ଆଞ୍ଚ ଆସିବାର ସମ୍ଭାବନା ରହିଛି।  

   Related Posts