Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍
  • ||
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

ଏକ ହୃଦୟବିଦାରକ ଅଭିଯୋଗ: ୧୩ ବର୍ଷୀୟା ଛାତ୍ରୀକୁ ଗଣଦୁଷ୍କର୍ମ କରିଛନ୍ତି ସ୍କୁଲ ମ୍ୟାନେଜର ଓ ଶିକ୍ଷକ, ସହଯୋଗ କରିଛନ୍ତି ଶିକ୍ଷୟିତ୍ରୀ, ୧୩ ଜଣଙ୍କ ନାଁରେ କେସ୍ ରଖିଛି ପୋଲିସ

26/07/2020 at 4:09 PM

ଜୟପୁର, ୨୬|୦୭: ଶିକ୍ଷାନୁଷ୍ଠାନରେ ଲାଗିଲା କଳଙ୍କର ଛିଟା ।  ଜଣେ ୧୩ ବର୍ଷୀୟା ଛାତ୍ରୀଙ୍କୁ ନିର୍ଦ୍ଦୟ ଭାବେ ଦୀର୍ଘ ୧ ବର୍ଷ ଧରି ଗଣଦୁଷ୍କର୍ମ କରୁଥିଲେ ବିଦ୍ୟାଳୟର ଶିକ୍ଷକ, ମ୍ୟାନେଜର ଓ ଅନ୍ୟ କିଛି କର୍ମଚାରୀ । ଏପରି ସାଙ୍ଘାତିକ ଅଭିଯୋଗ ଆସିଛି ରାଜସ୍ଥାନର ଅଲଓ୍ୱାର ଜିଲ୍ଲାରେ ଥିବା ଏକ ବେସରକାରୀ ବିଦ୍ୟାଳୟର କର୍ମଚାରୀଙ୍କ ବିରୋଧରେ । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ଏହି ମାମଲାରେ ୩ ଜଣ ଶିକ୍ଷୟିତ୍ରୀଙ୍କ ସମେତ ୧୩ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି । ନାରାୟଣପୁର ପୋଲିସ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି । ଛାତ୍ରୀଙ୍କ ପରିବାର ପକ୍ଷରୁ ବିଦ୍ୟାଳୟର ମ୍ୟାନେଜର, ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରାଯାଇଛି ।

କେବଳ କର୍ମଚାରୀ ନୁହେଁ ଅନ୍ୟ କିଛି ସ୍ଥାନୀୟ ବାସିନ୍ଦାଙ୍କ ନାଁ ମଧ୍ୟ ଏଫଆଇଆରରେ ଉଲ୍ଲେଖ ରହିଛି । ପୋଲିସ ଅଭିଯୋଗ ପାଇ ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି । ଏବେସୁଦ୍ଧା ଏହି ମାମଲାରେ କାହାକୁ ଗିରଫ କରାଯାଇ ନାହିଁ । ଗୁରୁତର ଛାତ୍ରୀଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି ।

   Related Posts