୧୩ ବର୍ଷୀୟା ଦୁଷ୍କର୍ମ ପୀଡ଼ିତା ଜନ୍ମ ଦେଲେ ଏକ ପୁତ୍ର ସନ୍ତାନ, ଅଭିଯୁକ୍ତକୁ ଗିରଫ କଲା ପୋଲିସ୍

Published By : Prameya-News7 Bureau | March 08, 2021 IST

ଦେଓରିୟା, ୦୮/୦୩: ଉତ୍ତରପ୍ରଦେଶର ଦେଓରିଲା ଜିଲ୍ଲା ରୁଦ୍ରପୁର ଥାନା ଅଞ୍ଚଳରେ ଜଣେ ୧୩ ବର୍ଷୀୟା ଦୁଷ୍କର୍ମ ପୀଡ଼ିତା ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଖବର ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ମା ଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇଛି ।

ଦାଏର ହୋଇଥିବା ମାମଲାକୁ ନେଇ ଥାନା ଅଧିକାରୀ ଆମ୍ୱିକା ରାମ କହିଛନ୍ତି ଯେ, ଝିଅଟିର ପେଟରେ ପାଖାପାଖି ଏକ ସପ୍ତାହ ପୂର୍ବରୁ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ତେଣୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଏହାର ଦୁଇଦିନ ପରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ।

ପୀଡ଼ିତାଙ୍କ ମା, ତାଙ୍କର ୧୩ ବର୍ଷୀୟ ଝିଅ ଷଷ୍ଠ ଶ୍ରେଣୀରେ ପଢ଼ୁଛି ବୋଲି କହିଛନ୍ତି । ପାଖାପାଖି ୮ ମାସ ପୂର୍ବରୁ ସେ ଥରେ ଘରୁ ବାହାରକୁ ଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ଝିଅଟିକୁ ଏକୁଟିଆ ଦେଖି ବଳତ୍କାର କରିଥିଲା । ଏଥି ସହିତ ଏହି ଘଟଣା ବାହାରେ କାହାକୁ କହିଲେ ତାକୁ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲା ।

ତେବେ ପୋଲିସ୍‌ ଅଧିକାରୀ ଅଭିଯୁକ୍ତ ଯୁବକ ବିରୋଧରେ ଭାରତୀୟ ପିଙ୍ଗଳ ଧାରା ଏବଂ ପୋକ୍ସୋ ଆଇନ୍‌ରେ ମାମଲା ଦାଏର କରି ତାକୁ ଗିରଫ କରିଥିବା ଜଣାପଡ଼ିଛି । ଏଥି ସହିତ ଅଧିକ ତଦନ୍ତି କରାଯାଉଥିବା ପୋଲିସ୍‌ ପକ୍ଷରୁ କୁହାଯାଇଛି ।  

ଅନ୍ୟପଟେ କାନପୁର୍‌ ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗ ଆଣି ଅଭିଯୁକ୍ତକୁ ଲୋକେ ପିଟିପିଟି ମାରିଦେଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.