ସ୍ବପ୍ନରେ ଦେଖୁଛନ୍ତି କି ଏହି ୧୩ଟି ଜିନିଷ : ତେବେ ନିଶ୍ଚୟ ଖୋଲିଯିବ ଆପଣଙ୍କ ଭାଗ୍ୟ

Published By : Prameya-News7 Bureau | January 27, 2020 IST

ଅଧିକାଂଶ ସମୟରେ ଜୀବନରେ ଘଟୁଥିବା ଘଟଣାର ସଙ୍କେତ ମନୁଷ୍ୟଙ୍କୁ ପୂର୍ବରୁ ମିଳିଯାଇଥାଏ। ନିଦରେ ଦେଖୁଥିବା ସ୍ବପ୍ନ ଏହି ସଙ୍କେତଗୁଡ଼ିକର ମାଧ୍ୟମ ହୋଇଥାଏ। ଅନେକ ଲୋକଙ୍କ ଜୀବନରେ ଘଟୁଥିବା ଘଟଣାକୁ ସେମାନେ ପୂର୍ବରୁ ସ୍ବପ୍ନରେ ଦେଖିଥାଆନ୍ତି। ଏପରି କୁହାଯାଇଥାଏ ଯେ ସ୍ବପ୍ନରେ ଦେଖୁଥିବା କେତେକ ଜିନିଷ ଯୋଗୁଁ ଆପଣଙ୍କ ଜୀବନରେ ଧନ ବର୍ଷା ହୋଇଥାଏ।

{"id":216608,"sizeSlug":"large"}

୧. ସ୍ବପ୍ନରେ ଭଗବାନଙ୍କୁ ଦେଖିବା : ଯଦି ଆପଣ ସ୍ବପ୍ନରେ ଭଗବାନଙ୍କୁ ଦେଖୁଛନ୍ତି ତେବେ ବୁଝି ଯାଆନ୍ତୁ ଆପଣଙ୍କୁ ଖୁବ୍ ଶୀଘ୍ର ପ୍ରସିଦ୍ଧି ମିଳିବ ଏବଂ ଖୁବ୍ ଶୀଘ୍ର ଆପଣଙ୍କ ପାଇଁ ସଫଳତାର ଦ୍ବାର ଖୋଲିଯିବ।

{"id":216609,"sizeSlug":"large"}

୨. ନାଚୁଥିବା ଝିଅ ଦେଖିବା : ସ୍ବପ୍ନରେ ନାଚୁଥିବା ଝିଅ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏପରି ବିଶ୍ବାସ ରହିଛି ଯେ ସ୍ବପ୍ନରେ ନୃତ୍ୟ କରୁଥିବା ଝିଅ ଦେଖିଲେ ଆପଣଙ୍କ ସିନ୍ଦୂକରେ ଟଙ୍କା ଭରିଯିବ।

{"id":216610,"sizeSlug":"large"}

୩. ମାଛରଙ୍କା ଚଢ଼େଇ : ଯଦି ଆପଣ ସ୍ବପ୍ନରେ ମାଛରଙ୍କା ଚଢ଼େଇ ଦେଖୁଛନ୍ତି ତେବେ ବୁଝି ଯାଆନ୍ତୁ ଯେ ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇଯିବ।

{"id":216612,"width":585,"height":405,"sizeSlug":"large"}

୪.ଭଗବାନ ଗଣେଶଙ୍କ ବାହନ : ମୂଷାକୁ ଭଗବାନ ଗଣେଶଙ୍କ ବାହନ ବୋଲି କୁହାଯାଏ। କିନ୍ତୁ ଆପଣ ଜାଣିଛନ୍ତି କି ସ୍ବପ୍ନରେ ଗଣେଶଙ୍କ ଏହି ବାହନକୁ ଦେଖିବା ଆପଣଙ୍କୁ ମାଲାମାଲ୍ କରିଥାଏ।

{"id":216613,"width":586,"height":391,"sizeSlug":"large"}

୫.କଦମ୍ବ ଗଛ : ହଳଦିଆ ବଲ୍ ଭଳି ଦେଖାଯାଉଥିବା କଦମ୍ବ ଗଛ ସ୍ବପ୍ନରେ ଦେଖିଲେ ଆପଣଙ୍କ ଭାଗ୍ୟ ଖୋଲି ଯାଇଥାଏ। ଏହା ଦେଖିବା ଦ୍ବାରା ଆପଣଙ୍କ ହାତକୁ ଟଙ୍କା ଆସିଥାଏ। ଏବଂ ଆପଣଙ୍କ ସ୍ବାସ୍ଥ୍ୟ ସମସ୍ୟା ଦୂର ହେବା ସହ ଆପଣଙ୍କୁ ସମ୍ମାନ ମିଳିଥାଏ।

{"id":216614,"sizeSlug":"large"}

୬.ମୃତ ପକ୍ଷୀ : ଯଦି ଆପଣଙ୍କୁ ସ୍ବପ୍ନରେ ମୃତ ପକ୍ଷୀ ଦେଖାଯାଉଛି ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ ବରଂ ଆପଣ ଏଥିପାଇଁ ଖୁସି ହୁଅନ୍ତୁ। ଏପରି ସ୍ବପ୍ନ ଦେଖିଲେ ଆପଣଙ୍କ ହାତକୁ ଖୁବ୍ ଶୀଘ୍ର ଟଙ୍କା ଆସିବ।

{"id":216615,"width":586,"height":433,"sizeSlug":"large"}

୭.ନେଉଳ: ସ୍ବପ୍ନରେ ନେଉଳ ଦେଖିଲେ ଆପଣଙ୍କୁ ଧନପ୍ରାପ୍ତି ହୋଇଥାଏ। ଆପଣଙ୍କୁ ଗହଣା ଏବଂ ହୀରା ଆକାରରେ ଧନ ମିଳିଥାଏ।

{"id":216616,"sizeSlug":"large"}

୮.ମହୁମାଛି : ଯଦି ଆପଣ ସ୍ବପ୍ନରେ ମହୁମାଛି ଦେଖୁଛନ୍ତି ତେବେ ବୁଝି ଯାଆନ୍ତୁ ଯେ ଆପଣଙ୍କ ମୁଣ୍ଡରୁ ଧନ ସମସ୍ୟା ଦୂର ହେବ ଏବଂ ଆପଣଙ୍କ ସ୍ବାସ୍ଥ୍ୟରେ ସୁଧାର ହେବ।

{"id":216617,"width":587,"height":294,"sizeSlug":"large"}

୯. ଅଁଳା ଏବଂ ପଦ୍ମ ଫୁଲ : ସ୍ବପ୍ନରେ ଅଁଳା କିମ୍ବା ପଦ୍ମ ଫୁଲ ଦେଖାଯିବା ଏହି କଥାର ସଙ୍କେତ ଦେଇଥାଏ ଯେ ଆଗାମୀ କିଛି ଦିନ ମଧ୍ୟରେ ଆପଣଙ୍କ ହାତରେ ଟଙ୍କା ଆସିବ।

{"id":216620,"sizeSlug":"large"}

୧୦. ମୁଦି : ଯଦି ଆପଣ ସ୍ବପ୍ନରେ ନିଜକୁ ମୁଦି ପିନ୍ଧୁଥିବା ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ କେଉଁଠୁ ନା କେଉଁଠୁ ଧନପ୍ରାପ୍ତି ହେବ।

{"id":216622,"width":587,"height":450,"sizeSlug":"large"}

୧୧. ସ୍ବପ୍ନରେ ଗାଈ ଦେଖିବା : ଯଦି ଆପଣଙ୍କୁ ସ୍ବପ୍ନରେ ଗାଈ ନଜର ଆସୁଛି ତେବେ ଏହାର ଅର୍ଥ ଆପଣଙ୍କ ହାତକୁ ଟଙ୍କା ଆସିବ।

{"id":216623,"width":583,"height":446,"sizeSlug":"large"}

୧୨. ହାତୀ-ଘୋଡ଼ା ଦେଖିବା : ସ୍ବପ୍ନରେ ହାତୀ କିମ୍ବା ଘୋଡ଼ା ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ପଶୁଙ୍କୁ ସ୍ବପ୍ନରେ ଦେଖିଲେ ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇଥାଏ।

{"id":216624,"sizeSlug":"large"}

୧୩. ସାପ-ବିଛା : ସ୍ବପ୍ନରେ କଳା ବିଛା କିମ୍ବା ସାପ ଦେଖିବା ମଧ୍ୟ ଆପଣଙ୍କ ଆର୍ଥିକ ସମସ୍ୟାକୁ ଉନ୍ନତ କରିବ।

{"id":216625,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.