ଜୁଆ ଆଡ୍ଡାରେ ପୋଲିସର ଅତର୍କିତ ଚଢାଉ : ୧୩ ଜୁଆଡ୍ଡି ଗିରଫ, ୫ ଲକ୍ଷରୁ ଅଧିକ ଟଙ୍କା ଜବତ

Published By : Prameya-News7 Bureau | May 12, 2021 IST

ସୁନ୍ଦରଗଡ଼ ୧୨।୦୫: ସୁନ୍ଦରଗଡ଼ ପୋଲିସକୁ ସଫଳତା । ଜୁଆଆଡ୍ଡା ଉପରେ ଚଢାଉ କରି ୧୩ଜଣ ଜୁଆଡ୍ଡିଙ୍କୁ ଗିରଫ କରିଥିବା ବେଳେ ୫ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

ଖବର ଅନୁଯାୟୀ.  ବିରିମତ୍ରପୁର ଥାନା ଅନ୍ତର୍ଗତ ଝାଡ଼ଖଣ୍ଡ ସୀମା କପିଲାସ ଠାରେ ଜୁଆ ଆଡ୍ଡା ଚାଳିଥିବା ଖବର ପାଲିସ ପାଇଥିଲା । ଏହାପରେ ପୋଲିସ ଅତର୍କିତ ଭାବରେ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ। ଏହି ଚଡାଉରେ ଜୁଆ ଖେଳୁଥିବା ୧୩ ଜଣଙ୍କୁ  ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ  ୫ ଲକ୍ଷ ୩୧ ହଜାର ଟଙ୍କା ଜବତ କରିଛି । ଏହାସହ ୧୭ ଟି ମୋବାଇଲ ମଧ୍ୟ ଜବତ ହୋଇଛି ।

ସେହିପରି ସେଠାରେ ଥିବା ୯ଟି ବାଇକ ଓ ୪ଟି ୪ ଚକିଆ ଗାଡିକୁ ଜବତ କରି ଥାନାକୁ ଆଣିଛି ପୋଲିସ । କୋଭିଡ ସମୟରେ କର୍ଫ୍ୟୁ ଓ ଲକଡାଉନ ଚାଲିଥିବା ବେଳେ ନିୟମକୁ ନମାନି ଗହଳି କରି ଜୁଆ ଖେଳୁଥିବା ୧୩ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ବିରମିତ୍ରପୁର ଥାନା । ସମସ୍ତଙ୍କୁ  କୋର୍ଟ ଚାଳାଣ କରାଯାଇଛି ବୋଲି ଏସପି  ପ୍ରେସମିଟରେ ସୂଚନା ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.