Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ରେଲିଂ କାଟି ଫେରାର୍‌ ହୋଇଗଲେ ୧୩ କଏଦୀ, ସମସ୍ତେ କରୋନା ପଜିଟିଭ୍‌

9/05/2021 at 5:55 PM

ରେୱାଡ଼ି, ୦୯/୦୫: ହରିୟାଣାର ଏକ ଜିଲ୍ଲାରେ ୧୩ ଜଣ ଦୁର୍ଦ୍ଦାନ୍ତ କଏଦୀ ଫାରାର ହୋଇଯାଇଥିବା ମାମଲା ଏବେ ସାମ୍ନାକୁ ଆସିଛି । ଫେରାର ସମସ୍ତ କଏଦୀ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି । ସେମାନେ ଝରକାରେ ଲାଗିଥିବା ରେଲିଂକୁ କାଟି ସେଠାରୁ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଏହି କଏଦୀ ମାନଙ୍କୁ ହରିୟାଣାର ରେୱାଡ଼ି ଜିଲ୍ଲାରେ ରଖାଯାଇଥିଲା । କିଛିଦିନ ପୂର୍ବରୁ କରୋନାରେ ସଂକ୍ରମିତ କଏଦୀଙ୍କୁ ରେୱାଡ଼ି ଜିଲ୍ଲାରେ ରଖାଯିବା ପାଇଁ ବନ୍ଦୋବସ୍ତ କରାଯାଇଥିଲା । ଏହି ସେଲ୍‌ରେ କଏଦୀଙ୍କୁ ରଖାଯିବା ସହିତ ସେମାନଙ୍କର ଚିକିତ୍ସା କରାଯାଉଥିଲା । ହେଲେ ସେଠାରୁ ସେମାନେ ଖସି ପଳାଇଛନ୍ତି ।  

ପୋଲିସ୍‌ ସୂଚନା ଅନୁସାରେ, ଫେରାର କଏଦୀମାନେ ଜଣେ ଜଣେ ଦୁର୍ଦ୍ଦାନ୍ତ ଏବଂ ଗୁରୁତର ଅପରାଧରେ ସଜା କାଟୁଥିଲେ । ଏମାନେ ସମସ୍ତେ ହତ୍ୟା, ବଳତ୍କାର, ଅପହରଣ ଭଳି ଗମ୍ଭୀର ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

ହରିୟାଣା ପୋଲିସ୍‌ ଏନେଇ ତତ୍ପର ହୋଇପଡ଼ିଛି । ୪ଟି ଟିମ୍‌ ଗଠନ କରି ପୋଲିସ୍‌ ସେମାନଙ୍କୁ ଖୋଜୁଛି । ଫେରାର୍‌ କଏଦୀଙ୍କ ମଧ୍ୟରୁ ୪ ଜଣ ରେୱାଡ଼ି ଏବଂ ୯ ଜଣ ମହେନ୍ଦ୍ର ଗଡ଼ ଜିଲ୍ଲାର ହୋଇଥିବା ଜଣା  ପଡ଼ିଛି । ଏହି ସମସ୍ତ କଏଦୀ ଦିଲ୍ଲୀ ରୋଡ୍‌ ସ୍ଥିତ କରୋନା ଜେଲ୍‌ରୁ ଫେରାର୍‌ ହୋଇଯାଇଥିବା ବେଳେ ଏଠାରେ ପାଖାପାଖି ୪୫୦ ଜଣ ସଂକ୍ରମିତ କଏଦୀଙ୍କୁ ରଖାଯାଇଥିଲା ।

   Related Posts