ଗୋଟିଏ ଦିନରେ ୧୩ ପୋଲିସ କରୋନା ସଂକ୍ରମିତ : କମିଶନରେଟ୍ ପୋଲିସ, ଏଜି ଅଫିସ୍ ପଡିଲାନି ବାଦ୍

Published By : Prameya-News7 Bureau | August 18, 2020 IST

ଭୁବନେଶ୍ବର ୧୮।୮: ଦିନକୁ ଦିନ ଗୋଟିଏ ପରେ ଗୋଟିଏ ସରକାରୀ ଅଫିସ୍‌କୁ କରୋନା ଭୟ ମାଡୁଛି । ସଚିବାଳୟ, ନ’ ତାଲା ପରେ ଏବେ ପାଖରେ ଥିବା ଏଜି ଅଫିସ୍‌ରେ କରୋନା ପଶିଛି । ଏଜି ଅଫିସ୍‌ର ୨ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ସେହିପରି କମିଶନରେଟ୍ ପୋଲିସ ବିଲ୍ଡିଂରୁ ୪ଜଣ ଆକ୍ରାନ୍ତ ବାହାରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗୋଟିଏ ଦିନରେ ୧୩ ଜଣ ପୋଲିସ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । କମିଶନରେଟ୍ ପୋଲିସ ମୁଖ୍ୟାଳୟ, ଏସ୍‌ଆଇଡବ୍ଲୁ ଓ ରିଜର୍ଭ ପୋଲିସ କଲୋନୀରୁ ସମସ୍ତ ସଂକ୍ରମିତ ବାହାରିଛନ୍ତି । ସିଆରପିଏଫ୍‌ କ୍ୟାମ୍ପସ୍‌ରୁ ୨ ଜଣ ଓ ହସ୍ପିଟାଲ ଲିଙ୍କରୁ ୪ ଜଣ ସଂକ୍ରମିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.