Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ହସ୍ପିଟାଲରେ ଗୋଟିଏ ରାତିରେ ଚାଲିଗଲା ୧୩ ରୋଗୀଙ୍କ ଜୀବନ, ଅକ୍ସିଜେନ୍‌ ଅଭାବ ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ

5/05/2021 at 7:14 PM

ଚେନ୍ନାଇ ୫/୫: ତାମିଲନାଡୁର ଚେଙ୍ଗଲପଟ୍ଟୁର ସରକାରୀ ହସ୍ପିଟାଲରେ ଗତ ୨୪ ଘଣ୍ଟାରେ ୧୩ ରୋଗୀଙ୍କ ମୃତ୍ୟୁ ହୋଇଛି। ଅକ୍ସିଜେନ ଅଭାବ ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ଜିଲ୍ଲାର ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି, ଚେଙ୍ଗଲପଟ୍ଟୁ ସରକାରୀ ହସ୍ପିଟାଲରେ ୪୦-୮୫ ବର୍ଷ ବୟସର ୧୩ ରୋଗୀଙ୍କ ମୃତ୍ୟୁ ଅକ୍ସିଜେନ୍‌ ଅଭାବରୁ ହୋଇନାହିଁ।

ରାତି ସାରା ହସ୍ପିଟାଲରେ ହୋଇଥିବା ମୃତ୍ୟୁ ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। କିନ୍ତୁ ମୃତକଙ୍କ ପରିବାର ଲୋକଙ୍କ ଏକମାତ୍ର ଅଭିଯୋଗ ଅକ୍ସିଜେନ ଅଭବ ହିଁ ମୃତ୍ୟୁର କାରଣ। ଚେଙ୍ଗଲପଟ୍ଟୁ ଜିଲ୍ଲାପାଳ ଏ ଜନ ଲୁଇସ୍‌ ମଙ୍ଗଳବାର ରାତିରେ ଘଟିଥିବା ମୃତ୍ୟୁର ସମୀକ୍ଷା କରିବା ପରେ ଅକ୍ସିଜେନ ଅଭାବ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ରାତି ସାରା ହସ୍ପିଟାଲରେ ରହିବା ସହ ଅକ୍ସିଜେନ୍‌ ଯୋଗାଣ ତଦାରଖ କରିଥିଲି ବୋଲି ଜିଲ୍ଲାପାଳ କହିଛନ୍ତି।

ଅନ୍ୟପଟେ ହସ୍ପିଟାଲର ଡିନ୍‌ ଡା. ଜେ ମୁଥୁକୁମାରନ କହିଛନ୍ତ, ମୃତକଙ୍କ ମଧ୍ୟରେ କେବଳ ଜଣେ କରୋନା ସଂକ୍ରମିତ ଥିଲେ। ଅନ୍ୟମାନେ କରୋନା ନେଗେଟିଭ୍‌ ଥିଲେ ବି ତାଙ୍କ ଶରୀରରେ ନିମୋନିଆ ଏବଂ ଅନ୍ୟ ଗମ୍ଭୀର ରୋଗ ଥିଲା ବୋଲି ସେ କହିଛନ୍ତି।

ଗତ ୨୪ ଘଣ୍ଟାରେ ଯେଉଁ ରୋଗୀଙ୍କ ମୃତ୍ୟୁ ହୋଇଛି ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଠାରେ ଅନ୍ୟ ଗମ୍ଭୀର ରୋଗ ଥିଲା। ବାକି ୭ ଜଣ ଗମ୍ଭୀର ସ୍ଥିତିରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସେମାନଙ୍କ ଶରୀରରେ ଚିକିତ୍ସାର ପ୍ରଭାବ ପଡ଼ିନଥିଲା ବୋଲି ଡିନ୍‌ ମୁଥୁକୁମାରନ କହିଛନ୍ତି।

   Related Posts