ପୁଣି ଅକ୍ସିଜେନ୍ ଅଭାବରୁ ଗଲା ଜୀବନ : ୪ଘଣ୍ଟାରେ ଉଡିଗଲା ୧୩ ରୋଗୀଙ୍କ ପ୍ରାଣବାୟୁ

Published By : Prameya-News7 Bureau | May 14, 2021 IST

ଗୋଆ ୧୪/୫ : ଦେଶରେ ଥମୁନି ଅକ୍ସିଜେନ୍ ଅଭାବ ଜନିତ ମୃତ୍ୟୁ । ଗୋଆର ମେଡିକାଲ କଲେଜରେ ଅମ୍ଳଜାନର ଅଭାବ ପୁଣି ଥରେ ଲୋକଙ୍କ ମୃତ୍ୟୁର କାରଣ ପାଲଟିଛି । ଅକ୍ସିଜେନ୍ଗ ଅଭାବରୁ ଏଠାରେ ୪ ଘଣ୍ଟା ମଧ୍ୟରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତି ୨ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ଗୋଆ ମେଡିକାଲ କଲେଜ ହସ୍ପିଟାଲରେ ଅକ୍ସିଜେନ ଅଭାବ ଦେଖାଦେଇଥିଲା । ଯାହାକି ପ୍ରଶାସନର ଅବହେଳାକୁ ସ୍ପଷ୍ଟ ଦର୍ଶାଉଛି ।

ଗତ କିଛି ଦିନ ହେବ ଗୋଆରେ ଯେପରି ସଂକ୍ରମିତଙ୍କ ସଂଖ୍ୟା ବଢୁଛି, ସେପରି ଅନୁରୂପ ଭାବେ ଅମ୍ଳଜାନ ଅଭାବରୁ ରୋଗୀମାନେ ମରୁଛନ୍ତି । ମଙ୍ଗଳବାର ୨୬, ବୁଧବାର ୨୦, ଗୁରୁବାର ୧୫ ଏବଂ ଶୁକ୍ରବାର ଦିନ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି । କୋଭିଡ ୱାର୍ଡରେ ଏହି ମୃତ୍ୟୁ ହେତୁ ଡାକ୍ତରଖାନାରେ ସମସ୍ୟା ଦେଖେଦେଇଥିବାବେଳେ ଅଧିକାରୀମାନେ କହିଛନ୍ତି ଯେ ଲଜିଷ୍ଟିକ୍ସ ସମସ୍ୟା ହେତୁ ଏହା ହେଉଛି ।

ସେପଟେ ଘଟଣାକୁ ତପ୍ତରତା ଦେଖାଇଛନ୍ତି ଗୋଆ ସରକାର । ମେଡିକାଲ କଲେଜରେ ଅମ୍ଳଜାନ ଯୋଗାଣ ପ୍ରସଙ୍ଗରେ ଏକ କମିଟି ଗଠନ କରାଯାଇଛି । ଯେଉଁଥିରେ ଆଇଆଇଟିର ବି.କେ ମିଶ୍ର, ପୂର୍ବତନ ଜିଏମସି ଡିନ୍ ଭି.ଏନ୍ ଜିନ୍ଦର ଏବଂ ତାରିକ୍ ଥୋମାସ୍ ପ୍ରମୁଖ ଦାଯିତ୍ୱରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.