Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

୧୩ ଜିଲ୍ଲାର ବିରି, ମୁଗ, ବାଦାମ ଓ ପନିପରିବା ଚାଷ ଉଜାଡି ଦେବ ଫନୀ, ଚିନ୍ତାରେ ଚାଷୀ

30/04/2019 at 7:33 PM

ଭୁବନେଶ୍ବର ୩୦|୪: ସମ୍ଭାବ୍ୟ ବାତ୍ୟାକୁ ନେଇ ଏହି ସବୁ ଜିଲ୍ଲାର ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଚାଷୀକୂଳ ପଡିଛନ୍ତି ଚିନ୍ତାରେ । ମୁଗ ବିରି ଓ ପରିବା ଫସଲ ଏବେ ବିଲରେ ଥିବାରୁ ତାକୁ କିଭଳି ବାତ୍ୟା ଦାଉରୁ ରକ୍ଷା କରାଯିବ ସେନେଇ ଚାଷୀ ଲାଗି ପଡିଛନ୍ତି ।

ବାତ୍ୟାକୁ ନେଇ ତନାଘନା। ସଚିବାଳୟରେ ଘନଘନ ବୈଠକ ତେଣେ ଚିନ୍ତାରେ ଚାଷୀକୂଳ । ବିରି, ମୁଗ, ବାଦାମ, ପନିପରିବା ଚାଷୀଙ୍କ ଭାଳେଣି ପଡ଼ିଲାଣି। ୨ରୁ ୩ ଦିନ ଭିତରେ ବାତ୍ୟା ଫନି ଓଡିଶା ଉପକୂଳର ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂପୁର, କେନ୍ଦ୍ରାପଡ଼ା ଏବଂ ଏହା ସଂଲଗ୍ନ ଜିଲ୍ଲାରେ ତାଣ୍ଡବ ରଚାଇବାର ଆଶଙ୍କା ରହିଛି ।  

ପ୍ରବଳ ବର୍ଷାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅମଳ ବିରି ବିଲରେ ଝଡ଼ିବ।  ତେଣୁ ଏହାକୁ ବିଲରୁ ଉପାଡି ଆଣିବା ପାଇଁ ଚାଷୀ ତତ୍ପର ହେଲାଣି । ଖଳାରେ ଥିବା ଫସଲକୁ ଭଳଭାବରେ ଘୋଡାଇ ରଖିବା କିମ୍ବା ସୁରକ୍ଷିତ ସ୍ଥାନକୁ ନେବାକୁ ଲାଗିପଡିଲାଣି ।

ଫନି ମୁକାବିଲା ପ୍ରସ୍ତୁତି ନେଇ ସଚିବାଳୟରେ ବସିଥିଲା ଘନଘନ ବୈଠକ । ଏଥିରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ପୁଲିସ ଡିଜି, ନୌସେନା ଓ ଏନଡିଆରଏଫର ଅଧିକାରୀମାନେ ଯୋଗ ଦେଇଥିଲେ । ବାତ୍ୟା ନେଇ ରାଜ୍ୟ ସରକାର ସତର୍କ ଥିବା କହିଛନ୍ତି ଏସଆରସି । ସମସ୍ତ ଉପକୂଳବର୍ତୀ ଅଞ୍ଚଳର ଜିଲ୍ଲାପାଳ ମାନଙ୍କୁ ସତର୍କ କରାଯାଇଛି । ୮୮୯ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି ।

ରିଲିଫ ସାମଗ୍ରୀ, ଖାଦ୍ୟ ପ୍ରସ୍ତୁତ ରଖାଯାଇଛି । ଆସନ୍ତା ୩ରେ ବାତ୍ୟା ଉପକୂଳ ଛୁଇଁବ । ଆକଳନ ଅନୁଯାୟୀ ଓଡ଼ିଶାର ୧୪ଟି ଜିଲ୍ଲାରେ ଫନିର ପ୍ରଭାବ ପଡିବ । ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ୨୦ଟି ଓଡ୍ରାଫ, ୧୨ଟି ଏନଡିଆରଏଫ ଓ ରାଜ୍ୟ ଅଗ୍ନିଶମ ବିଭାଗକୁ ସଜାଗ ରଖାଯାଇଛି । ସେହିଭଳି ମେ’ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଚିଲିକାରେ ଡଙ୍ଗା ଚଳାଚଳକୁ ନିଷିଦ୍ଧ କରାଯାଇଛି।

ସମସ୍ତ ପ୍ରକାର ଖାଦ୍ୟ ଓ ରିଲିଫ ସାମଗ୍ରୀ, ଅତିରିକ୍ତ ଡାକ୍ତର, ରବର ବୋଟ ଏବଂ ଡ୍ରାଇଭରଙ୍କୁ ନେଇ ଟିମ ପ୍ରସ୍ତୁତ ଅଛି। ଆବଶ୍ୟକ ପଡିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରର କରାଯିବା ସହ ଆକାଶମାର୍ଗରୁ ରିଲିଫ ସାମଗ୍ରୀ ଯୋଗାଇଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

   Related Posts