Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ମେଘାଳୟ କୋଇଲା ଖଣିରେ ତିନି ସପ୍ତାହ ଧରି ଫଶିଥିବା ୧୫ ଜଣ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଶିଲଂରେ ପହଞ୍ଚିଲା ଓଡ଼ିଶା ଅଗ୍ନିଶମ ବିଭାଗର ୨୧ଜଣିଆ ଟିମ୍

28/12/2018 at 5:11 PM

ଭୁବନେଶ୍ବର୨୮|୧୨:ମେଘାଳଳୟ ସିଲଂର ଏକ କୋଇଲା ଖଣିରେ ତିନି ସପ୍ତାହ ଧରି ଫଶିଛନ୍ତି ୧୫ ଜଣ ଶ୍ରମିକ । ସେମାନଙ୍କ ଉଦ୍ଧାର ପାଇଁ ସହଯୋଗର ହାତ ବଢ଼ାଇଛି ଓଡ଼ିଶା ଅଗ୍ନିଶମ ବିଭାଗ । ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀଙ୍କ ନେତୃତ୍ବରେ ଏକ ୨୧ଜଣିଆ ଟିମ୍‌ ଉଚ୍ଚ ଶକ୍ତି ସମ୍ପନ୍ନ ପମ୍ପ ଏବଂ ଅନ୍ୟ ଯନ୍ତ୍ରପାତି ଧରି ସିଂଲରେ ପହଞ୍ଚିଛନ୍ତି । ଏନ୍‌ଡିଆରଏଫ୍‌ ଟିମ୍‌ ସହ ମିଶି ଏମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ।…    

ମେଘାଳୟର ଇଷ୍ଟ ଜୟନ୍ତିଆ ହିଲ୍‌ରେ ଥିବା ଏହି କୋଇଲା ଖଣିରେ ଫଶି ରହିଛନ୍ତି ୧୫ ଜଣ ଶ୍ରମିକ। ଦିନେ କି ଦୁଇ ଦିନ ନୁହେଁ, ତିନି ସପ୍ତାହ ବିତିଲାଣି ହେଲେ ଏଯାଏଁ ଶ୍ରମିକମାନଙ୍କର ପତ୍ତା ମିଳୁନି । ସମୟ ଯେତିକି ଗଡୁଛି ସେତିକି ବଢୁଛି ଚିନ୍ତା । ଘଟଣା ସ୍ଥଳରୁ ଦୁର୍ଗନ୍ଧ ବାହାରିଲାଣି, ତେଣୁ ଭିତରେ କିଛି ଅଘଟଣର ଆଶଙ୍କା କରାଯାଉଛି ।

ଉଦ୍ଧାର କାର୍ଯ୍ୟରେ ୧୦୦ ଜଣିଆ ଏନ୍‌ଡିଆର୍‌ଏଫ ନିୟୋଜିତ ହୋଇଛନ୍ତି। ତେବେ ଖଣିରେ ନଦୀ ପାଣି ପଶିଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।…

ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ମେଘାଳୟର ସ୍ବତନ୍ତ୍ର ରିଲିଫ କମିଶନର ଓଡ଼ିଶା ଅଗ୍ନିଶମ ବିଭାଗକୁ ସହାୟତା ମାଗିଥିଲେ । ଫାୟାର ଡିଜିଙ୍କ ନିର୍ଦ୍ଦେଶ ପରେ ଚିଫ୍‌ ଫାୟାର ଅଫିସର ସୁକାନ୍ତ ସେଠୀଙ୍କ ନେତୃତ୍ବରେ ଏକ ୨୧ ଜଣିଆ ଟିମ୍ ଶୁକ୍ରବାର ମେଘାଳୟ ଅଭିମୁଖେ ବାହାରିଥିଲା । ଏୟାର ଫୋର୍ସର ସ୍ବତନ୍ତ୍ର ବିମାନ ଯୋଗେ ୨୦ଟି ଉଚ୍ଚ ଶକ୍ତି ସମ୍ପନ୍ନ ପମ୍ପ ଏବଂ ଅନ୍ୟ ଯନ୍ତ୍ରପାତି ଧରି ଘଟଣା ସ୍ଥଳରେ ପହଞ୍ଚିଛି ଓଡ଼ିଶା ଅଗ୍ନିଶମ ବାହିନୀ । …

୨୦୧୪ ମସିହାରେ ଏହି ଖଣିକୁ ବେଆଇନ ଘୋଷଣା କରାଯାଇଥିଲା । ହେଲେ କଟକଣା ନମାନି ଏଠାରେ ବିପଦପୂର୍ଣ୍ଣ ଭାବେ ଖଣି ଖନନ ଜାରି ରହିଥିଲା । ତେବେ ଡିସେମ୍ବର ୧୩ ତାରିଖରେ ଖଣିଖନନ ଜାରି ରହିଥିବା ବେଳେ ହଠାତ୍ ନଦୀ ପାଣି ମାଡିଆସିଥିଲା, ଫଳରେ ୩୭୦ ଫୁଟ୍ ତଳେ ଫସିଯାଇଥିଲେ ଶ୍ରମିକ।…

   Related Posts