୧୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ

Published By : Prameya-News7 Bureau | September 12, 2020 IST

ମାଲକାନଗିରି, ୧୨|୦୯ : ମାଲକାଲଗିରି ଜିଲ୍ଲା ମାଥିଲି ଥାନା ପୋଲିସକୁ ଏକ ବଡ ସଫଳତା ମିଳିଛି । ଶୁକ୍ରବାର ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏହାସହ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି ।

ସୂଚନାନୁସାରେ, ଶୁକ୍ରବାର ବିଳମ୍ବିତ ରାତ୍ରରେ ମାଥିଲି ପୋଲିସ ମାଥିଲି-ମାଲକାନଗିରି ରାସ୍ତାରେ ପେଟ୍ରୋଲିଂ କରୁଥିଲା । ଏହି ସମୟରେ ଏକ ପିକଅପ୍ ଭ୍ୟାନ୍ ଦ୍ରୁତ ଗତିରେ ପୋଲିସକୁ ଦେଖି ପଳାଇଥିଲା । ପୋଲିସ ଏହାକୁ ଗୋଡାଇ ଧରିଥିଲା । ଗାଡିରୁ ୪୯ଟି ପ୍ଲାଷ୍ଟିକ୍ ବସ୍ତାରେ ଥିବା ଗଞ୍ଜେଇକୁ ଜବତ କରିଛି । ଜବତ ଗଞ୍ଜେଇର ପରିମାଣ ୧୩୨୦ କେଜି ହେବ ବୋଲି ଜଣା ପଡିଛି । ଏହାସହ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।ଗିରଫ ବ୍ୟକ୍ତିଙ୍କଠାରୁ ନଗଦ ଏକ ହଜାର ଟଙ୍କା, ମୋବାଇଲ ଫୋନ ଜବତ କରାଯାଇଛି ।

ଗିରଫ ବ୍ୟକ୍ତି ହେଲେ ପଶ୍ଚିମବଙ୍ଗ ମାଲଦାର ସଂଜୟ ରାୟ । ତାଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି । ସେ ସେ ମାଲକାନଗିରିରୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ କରୁଥିଲେ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.