ଯୋଧପୁରର ବାଲେସର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୩ ଯାତ୍ରୀଙ୍କ ମୃତ୍ୟୁ

Published By : Prameya-News7 Bureau | September 27, 2019 IST

ଯୋଧପୁର୨୭|୯: ଶୁକ୍ରବାର ଦ୍ବିପହରେ ଯୋଧପୁରର ବାଲେସର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ଗୁରୁତର ଆଘାତ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ସିଟି ବସର ଟାୟାର ଫାଟିଯିବା ଯୋଗୁଁ ଭାରସାମ୍ୟ ହରାଇ ସାମ୍ନାରୁ ଆସୁଥିବା ଜିପ୍​‌ରେ ବାଡ଼େଇ ହୋଇଥିଲା। ଜାତୀୟ ରାଜପଥ ୧୨୫ ଉପରେ ଏହି ସଡକ ଦୁର୍ଘଟଣା ଘଟିଛି। ଏଥିରେ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.