ବିବାହ ଭୋଜି ବେଳେ ମାଡିଗଲା କାର୍ : ୧୩ ଆହତ, ଡ୍ରାଇଭର ଅଟକ

Published By : Prameya-News7 Bureau | February 22, 2021 IST

ଜଗତପୁର ୨୨।୨: ଜଗତପୁର ଇମାମନଗର ବାରିକ ସାହିରେ ଅଘଟଣ । ବାହାଘର ଭୋଜିସ୍ଥଳକୁ ମାଡିଗଲା କାର୍ । ଦୁର୍ଘଟଣାରେ ୧୧ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ଗୁରୁତର ଓ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ରବିବାର ରାତି ପ୍ରାୟ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଛି । ବାରିକ ସାହିର ବାଇଧରଙ୍କ ଦୁଇ ପୁଅ ପପୁ ଓ ପିଣ୍ଟୁର ବାହାଘର ଭୋଜି ଚାଲୁଥିବା ବେଳେ ଏହି ଅଘଟଣ ଘଟିଛି । ନିଶାଶକ୍ତ ହୋଇ କାର୍ ଚଳାଇବାରୁ ଦୁର୍ଘଟଣା ଘଟିଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ଗାଡି ଡ୍ରାଇଭର ସ୍ଵର୍ବେଶ୍ବର ପରିଡାଙ୍କୁ ନିସ୍ତୁକ ମାଡ ମାରିଥିଲେ । ଦୁର୍ଘଟଣା ଘଟାଇଥିବା କାରକୁ କ୍ରେନ୍ ଦ୍ବାରା ଉଦ୍ଧାର କରି ଜବତ କରିଛି ପୋଲିସ । ଡ୍ରାଇଭରକୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.