ନିଆଁରେ ଜଳିଗଲା ୫ ପରିବାରର ୧୩ ବଖରା ଘର, ପ୍ରତିବାଦରେ ସ୍ଥାନୀୟଲୋକଙ୍କ ରାସ୍ତାରୋକ

Published By : Prameya-News7 Bureau | April 06, 2021 IST

ପଟ୍ଟାମୁଣ୍ଡାଇ ୬।୪: ରାଜନଗରରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୫ଟି ପରିବାରର ୧୩ ବଖରା ଘର । ସୋମବାର ବିଳମ୍ବିତ ରାତିରେ କୌଣସି କାରଣରୁ ରାଜନଗର ଗାଁର ନିତ୍ୟାନନ୍ଦ ମିଶ୍ରଙ୍କ ଘରେ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ, ନିମିଷକ ମଧ୍ୟରେ ଏହା ବ୍ୟାପି ଯାଇଥିଲା । ଯାହାଫଳରେ ୫ଟି ପରିବାରର ୧୩ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି ।

{"id":433850,"width":840,"height":462,"sizeSlug":"large","linkDestination":"none"}

ଏହାର ପ୍ରତିବାଦରେ ଲୋକମାନେ ମଙ୍ଗଳବାର ରାଜନଗର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ଲୋକଙ୍କ ଅଭିଯୋଗ ମୁତାବକ ରାତିରେ ବିଦ୍ୟୁତ ବିଭାଗକୁ ଯେତେ ଫୋନ୍ କରିଥିଲେ ମଧ୍ୟ ସେମାନେ ଫୋନ୍ ଉଠାଇ ନଥିଲେ ଫଳରେ ନିଆଁକୁ ଆୟତ୍ତ କରିପାରିଲେନି । ଲୋକଙ୍କ ଆଖି ସାମ୍ନାରେ ଘର ସମ୍ପୂର୍ଣ୍ଣ ଜଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.