Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

୧୩ ହାଇକୋର୍ଟକୁ ମିଳିବ ନୂତନ ମୁଖ୍ୟ ବିଚାରପତି, ସରକାରଙ୍କୁ ନାମ ପଠାଇଲେ କଲେଜିୟମ

21/09/2021 at 4:56 PM

ନୂଆଦିଲ୍ଲୀ ୨୧।୦୯: ଦେଶର ୧୩ ଉଚ୍ଚ ନ୍ୟାୟାଳୟ କିମ୍ବା ହାଇକୋର୍ଟକୁ ମିଳିବେ ନୂତନ ମୁଖ୍ୟ ବିଚାରପତି। ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚତମ ନ୍ୟାୟାଳୟର କଲେଜିୟମ ପଦୋନ୍ନତି ପାଇଁ କେନ୍ଦ୍ରକୁ ଆଠ ବିଚାରପତିଙ୍କ ନାମ ସୁପାରିଶ କରିଛନ୍ତି। ଏଥିରେ କୋଲକାତା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲଙ୍କ ନାମ ସାମିଲ୍। ଏହା ବ୍ୟତୀତ କଲେଜିୟମ ପାଞ୍ଚ ମୁଖ୍ୟ ବିଚାରପତିଙ୍କୁ ବିଭିନ୍ନ ଉଚ୍ଚ ନ୍ୟାୟାଳୟରେ ସ୍ଥାନାନ୍ତର କରିବାକୁ ମଧ୍ୟ ସୁପାରିଶ କରିଛନ୍ତି।

କଲେଜିୟମର ଏହି ନିର୍ଣ୍ଣୟକୁ ମଙ୍ଗଳବାର ନ୍ୟାୟାଳୟର ଓ୍ଵେବସାଇଟ୍‌ରେ ଅପଲୋଡ କରାଯାଇଛି। ସୁପ୍ରିମକୋର୍ଟର ବିଚାରପତି ୟ ୟୁ ଲଳିତ ଓ ବିଚାରପତି  ଏ ଏମ ଖାନଓ୍ଵିଲକର ମଧ୍ୟ କଲେଜିୟମର ସଦସ୍ୟ ଅଛନ୍ତି। କେନ୍ଦ୍ର ସରକାର ଯଦି କଲେଜିୟମର ସୁପାରିଶକୁ ସ୍ଵୀକାର କରି ନିଅନ୍ତି ତେବେ ବିଚାରପତି ବିନ୍ଦଲ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହେବେ। ତାଙ୍କ ବ୍ୟତୀତ ଅନ୍ୟ ସାତ ନ୍ୟାୟାଧୀଶଙ୍କୁ ମୁଖ୍ୟ ବିଚାରପତି କରାଯିବାକୁ ସୁପାରିଶ କରାଯାଇଛି।

କଲେଜିୟମ ଯେଉଁ ବିଚାରପତିଙ୍କ ନାମରେ ସୁପାରିଶ କରିଛନ୍ତି, ସେଥିରେ ବିଚାରପତି ରଞ୍ଜିତ ଭି ମୋରେ, ସତୀଶ ଚନ୍ଦ୍ର ଶର୍ମା, ପ୍ରକାଶ ଶ୍ରୀବାସ୍ତବ, ଆର ଭି ମଲିମଥ, ରିତୁ ରାଜ ଅବସ୍ଥି, ଅରବିନ୍ଦ କୁମାର ଓ ପ୍ରଶାନ୍ତ କୁମାର ମିଶ୍ରଙ୍କ ନାମ ସାମିଲ୍। ଏହି ସମସ୍ତ ବିଚାରପତିଙ୍କୁ କ୍ରମଶଃ ମେଘାଳୟ, ତେଲଙ୍ଗାନା, କଲକାତା, ମଧ୍ୟ ପ୍ରଦେଶ, କର୍ଣ୍ଣାଟକ, ଗୁଜରାଟ ଓ ଆନ୍ଧ୍ର ପ୍ରଦେଶର ଉଚ୍ଚ ନ୍ୟାୟଳୟରେ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି କରିବାକୁ ସୁପାରିଶ କରାଯାଇଛି। ବାକି ୫ ମୁଖ୍ୟ ବିଚାରପତିଙ୍କୁ ଅନ୍ୟ ରାଜ୍ୟରେ ସ୍ଥାନାନ୍ତର କରାଯିବ।

   Related Posts