Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ହାତୀ ଉପଦ୍ରବରେ ଏକର ଏକର ଧାନ ଫସଲ ନଷ୍ଟ

8/12/2019 at 12:30 PM

ପାଟଣା ୦୮।୧୨: କେନ୍ଦୁଝର ପାଟଣା ରେଞ୍ଜରେ ଥମୁନି ହାତୀ ଉପଦ୍ରବ । ତୋଣ୍ଡ ବିଟ ଅନ୍ତର୍ଗତ ତୋଣ୍ଡ,ଜାମୁଳେଇବେଡା, ନଦନବେଡା,ପିଛୁଳାବେଡା,ଭାଲୁପାହାଡ଼ି ଅଞ୍ଚଳର ଉପଦ୍ରବ ୧୩ଟି ହାତୀପଲଙ୍କ ଉପଦ୍ରବ ।

ସୂଚନାଯୋଗ୍ୟ ଯେ, ହାତୀପଲ ଧାନ ଫସଲ ମାଡି ଚକଟି ନଷ୍ଟ କରିବା ସହ କଟା ହୋଇ ରଖାଯାଇଥିବା ଶହ ଶହ ବିଡା ଧାନ ଖାଇ ଯାଇଛନ୍ତି । ହାତୀ ପଲ ଏବେ ଘାଟ ବାଲିଯୋଡି ଗାଁ ନିକଟ ଅଟେଇ ଜଙ୍ଗଲରେ ଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଗାଁ ନିକଟରେ ହାତୀ ପଲ ଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବନବିଭାଗ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିବା ସହ ଘଉଡାଇବାକୁ ଉଦ୍ୟମ କରୁଛି ।

   Related Posts