Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଦଇବ ବଡ ନିଷ୍ଠୁର: ୧୩ ଦିନରେ ପରିବାରରୁ ଚାଲିଗଲା ୩ ଜଣଙ୍କ ଜୀବନ: ବାପା, ଦାଦାଙ୍କ ପରେ କାର୍ ଦୁର୍ଘଟଣାରେ ଆଖି ବୁଜିଲେ ଭେଣ୍ଡିଆ ପୁଅ

18/10/2020 at 3:43 PM

କଟକ୧୮/୧୦: କଥାରେ ଅଛି ଦୁଃଖ ଯେତେବେଳେ ଆସେ ଭାଇ ବନ୍ଧୁ ସାଙ୍ଗରେ ନେଇ ଆସେ । ଆଉ ଏଭଳି ଦୁଃଖର ପାହାଡ଼ ତଳେ ଚାପି ହୋଇ ରହିଛନ୍ତି ଗୋପାଳପୁରରେ ରହୁଥିବା ଦାଶ ପରିବାର ଲୋକେ । ଗଲା ୧୩ ଦିନ ଭିତରେ ଏହି ପରିବାରର ତିନି ତିନିଟି ଜୀବନ ଅକାଳରେ ଝଡ଼ିପଡ଼ିଛି । ପ୍ରଥମେ ପରିବାରର ମୁଖ୍ୟଙ୍କ ମୃତ୍ୟୁ ଘଟିଥିଲା । ଦୁଇ ଦିନ ପରେ ତାଙ୍କ ସାନ ଭାଇଙ୍କର ଦେହାନ୍ତ ହେଲା । ଆଉ ଗତକାଲି ରାତିରେ ବଡ଼ ଭାଇଙ୍କର ପୁଅ ସୋନି ଓରଫ ଗୌତମ ଦାଶଙ୍କର କାର୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଖାଲି ସେତିକି ନୁହେଁ ପରିବାରର ଅନ୍ୟ ଜଣେ ଭାଇଙ୍କ ପୁଅର ମଧ୍ୟ ଗତବର୍ଷ ମୃତ୍ୟୁ ଘଟିଥିଲା । ଏଭଳି ଦୁଃଖଦ ଘଟଣା ଖାଲି ଦାଶ ପରିବାରକୁ ଭାଙ୍ଗି ଦେଇନି ଅଞ୍ଚଳବାସୀଙ୍କୁ ମଧ୍ୟ ସ୍ତବ୍ଧ କରି ଦେଇଛି ।

ଦୀର୍ଘ ଦିନ ହେଲା ଦାଶ ପରିବାର ଗୋପାଳପୁରରେ ରହୁଛନ୍ତି । ଏହି ପରିବାରର ଦୁଇ ଭାଇ ଓ ତାଙ୍କ ପୁଅ ପୁତୁରାମାନେ ଏକା ସାଙ୍ଗରେ ରହନ୍ତି । ତେବେ ଗତ ୪ ତାରିଖର ଘଟଣା । ପରିବାରର ମୁଖ୍ୟ ତଥା ବଡ଼ ଭାଇ ରଘୁ ଦାଶଙ୍କର ହଠାତ୍‌ ହୃଦ୍‌ଘାତରେ ହସ୍ପିଟାଲ୍‌ରେ ପରଲୋକ ହୋଇଯାଇଥିଲା । ଏହାର ଦୁଇ ଦିନ ପରେ ଅର୍ଥାତ୍‌ ୭ ତାରିଖରେ ରଘୁଙ୍କ ସାନ ଭାଇ ଭଗବାନ ଦାଶ ଯେ’କି କିଛି ଦିନ ହେଲା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ ସେ ମଧ୍ୟ ପ୍ରାଣ ହରାଇଥିଲେ ।

ଏହି ଦୁଇ ଭାଇଙ୍କର ଦଶାହ ଓ ଦ୍ୱାଦଶ କର୍ମ ଗତ ୧୩ ଓ ୧୫ ତାରିଖରେ ଶେଷ ହୋଇଛି । ଏହି ଦୁଃଖଦ ଘଟଣାର ଶୁକ୍ରବାର ଥିଲା ୧୩ ଦିନ ଅର୍ଥାତ୍‌ ତ୍ରୟୋଦଶ ଦିବସ । ଲୋକକଥାରେ ଅଛି ଶୁଦ୍ଧି କ୍ରିୟାର ତ୍ରୟୋଦଶ ଦିନ ବହୁତ ଅଶୁଭ । ଆଉ ଏହି ଅଶୁଭ ଦିନ ଥିଲା ଗତକାଲି । ସାଙ୍ଗମାନେ ଭୁବନେଶ୍ୱର ଯିବାକୁ ଡାକିବାରୁ ରାତି ୨ଟା ବେଳେ ରଘୁଙ୍କ ପୁଅ ସୋନି ଓରଫ ଗୌତମ ହଠାତ୍‌ ନିଦରୁ ଉଠି କାର୍‌ରେ ବସି ଚାଲିଯାଇଥିଲେ । ଆଉ କାର୍‌ରେ ଯିବାର କିଛି ମିନିଟ୍‌ ଭିତରେ ତେଲେଙ୍ଗାପେଣ୍ଠ ପାଖରେ ହେଲା ଦୁର୍ଘଟଣା। ଯେଉଁଥିରେ ଅନ୍ୟ ଦୁଇ ସାଙ୍ଗଙ୍କ ସହିତ ସୋନିଙ୍କର ଅଳାଳ ମୃତ୍ୟୁ ହେଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ଛାଇଯାଇଥିବା ବେଳେ ଖୋଦ ଦାଶ ପରିବାର ନିଜର ଗୋପାଳପୁର ଘରକୁ ଅଶୁଭ ବୋଲି କହୁଛନ୍ତି ।

ସେହି ଘରେ ରହିବାରୁ ଏଭଳି ଗୋଟିଏ ପରେ ଗୋଟିଏ ଅଘଟଣ ହେଉଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ମଧ୍ୟ ହେଉଛି । ଏପରିକି ସେହି ଘରେ ଏବେ ରହୁଥିବା ମୃତ ସୋନିଙ୍କ ଆଉ ଜଣେ ଦାଦା ଘର ଛାଡ଼ି ଯିବାକୁ ଜିଦ୍‌ କରିଥିବା ଶୁଣିବାକୁ ମିଳୁଛି । ସେ ଯାହା ବି ହେଉ, ୧୩ ଦିନରେ ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଯିବା ଦାଶ ପରିବାରକୁ ସଂପୂର୍ଣ୍ଣ ଭାଙ୍ଗି ଦେଇଛି ।

   Related Posts