ପ୍ଲାଷ୍ଟିକ୍ କାରଖାନାରେ ଭୟାବହ ଅଗ୍ନିକାଣ୍ଡ : ୧୩ ମୃତ, ୨୧ ଗୁରୁତର

Published By : Prameya-News7 Bureau | December 13, 2019 IST

ଢାକା ୧୩।୧୨: ବାଂଲାଦେଶରେ ଏକ ବେଆଇନ ପ୍ଲାଷ୍ଟିକ କାରଖାନରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ଜଣ ଗୁରୁତର ଅଛନ୍ତି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":197008,"sizeSlug":"large"}

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ଢାକା ନିକଟ କେରାନିଗାଞ୍ଜରେ ପ୍ରାଇମ ପେଣ୍ଟଟ ପ୍ଲାଷ୍ଟିକ ଲିମିଟେଡ ନାମକ ଏକ ପ୍ଲାଷ୍ଟିକ କମ୍ପାନୀର କାରଖାନାରେ ନିଆଁ ଲାଗିଯିବା ଫଳରେ ୧୩ଜଣ ଶ୍ରମିକଙ୍କ ମୃତ୍ୟୁ ହେବା ସହ ୨୧ଜଣ ଗୁରୁତର ଅଛନ୍ତି । ସମସ୍ତ ଗୁରୁତର ଥିବା  ଶ୍ରମିକଙ୍କୁ ଢାକା ସ୍ଥିତ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ତେବେ ପ୍ଲାଷ୍ଟିକ କାରଖାନାରେ ଦୈନିକ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୩୦୦ ଶ୍ରମିକ କାମ କରନ୍ତି । କିନ୍ତୁ  ଅଗ୍ନିକାଣ୍ଡ ହେବା ସମୟରେ ପ୍ରାୟ ୧୫୦ଜଣ ଶ୍ରମିକ କାମ କରୁଥିଲେ । କାରଖାନାରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରେ ପୁରୁଷ ଓ ମହିଳା ସାମିଲ ଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.