ଗଞ୍ଜାମରେ ଆଉ ୫୦ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ମଧ୍ୟରେ ୧୩ କରୋନା ଯୋଦ୍ଧା

Published By : Prameya-News7 Bureau | June 26, 2020 IST

ବ୍ରହ୍ମପୁର ୨୬।୬: ଗଞ୍ଜାମରେ ଆଉ ୫୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ୫୦ ଜଣ ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୮କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୧୩ ଜଣ କରୋନା ଯୋଦ୍ଧା । ଆସ୍କାରୁ ୮ ଜଣ, ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରୁ ୩ ଜଣ, କବିସୂର୍ଯ୍ୟନଗରରୁ ଜଣେ, କୋଦଳାରୁ ଜଣେ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି ।

ସେହିପରି ଅନ୍ୟ ୪ ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ସୁରଟ, ୨ ଜଣ ମୁମ୍ବାଇ ଏବଂ ଜଣେ ପୁଣେରୁ ଫେରିଥିଲେ । ଏମାନଙ୍କ ମଧ୍ୟରୁ କୁକୁଡାଖଣ୍ଡିରୁ ୨ ଜଣ, ରଙ୍ଗେଇଲୁଣ୍ଡାରୁ ଜଣେ ଏବଂ ସୋରଡାରୁ ଜଣେ ରହିଛନ୍ତି । ସେହିପରି ଅନ୍ୟ ୩୩ ଜଣ ସଂକ୍ରମିତଙ୍କ ମଧ୍ୟରୁ ଆସ୍କାରୁ ୨ ଜଣ, ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରୁ ୩ ଜଣ, ଛତ୍ରପୁରରୁ ଜଣେ, କବିସୂର୍ଯ୍ୟନଗରରୁ ୧୫ ଜଣ, ଖଲ୍ଲିକୋଟରୁ ୨ ଜଣ, କୋଦଳାରୁ ୫ ଜଣ, କୁକୁଡାଖଣ୍ଡିରୁ ଜଣେ, ପୁରୁଷୋତ୍ତମପୁରରୁ ୨ ଜଣ ଏବଂ ସାନଖେମୁଣ୍ଡିରୁ ୨ ଜଣ ରହିଛନ୍ତି ।

ସୂଚାନାଯୋଗ୍ୟ ଯେ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୧୩୮ଜଣ ସଂକ୍ରମିତ ହୋଇଥିବା ବେଳେ ୩୧୨ଟି ଆକ୍ଟିଭ୍ କେସ୍ ରହିଛି । ସେହିଭଳି ୭୬୮ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଜିଲ୍ଲାରେ ଏପର୍ଯ୍ୟନ୍ତ ୮ ଜଣଙ୍କ ମୃତ୍ୟୁ ହୋଇଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.