କମ ବୟସରେ ଦୁନିଆ ଛାଡି ଚାଲିଯାଇଥିଲେ ବଲିଉଡର ଏହି ୧୩ ଜଣ କଳାକାର

Published By : Prameya-News7 Bureau | September 22, 2019 IST

ମୁମ୍ବାଇ୨୦|୯: ବଲିଉଡ ଚଳଚ୍ଚିତ୍ର ହମ ଆପକେ ହୈ କୌନ, ଅନାଡି, ମୈନେ ପ୍ୟାର କିୟା ଓ ସାଜନ ଭଳି ହିଟ୍‌ ଫିଲ୍ମରେ ନିଜ ଅନ୍ଦାଜରୁ ଦର୍ଶକଙ୍କ ଦିଲ ଜିତିଥିବା ଲକ୍ଷ୍ମୀକାନ୍ତ ବେର୍ଡେଙ୍କର ୫୦ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। କିଡ୍‌ନି ଫେଲ୍‌ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା।

{"id":160880}

ସଲମାନ ଖାନଙ୍କ ଫିଲ୍ମ ୱାଣ୍ଟେଡରେ ତାଙ୍କ ବନ୍ଧୁ ଭୂମିକାରେ ନଜର ଆସିଥିବା ଅଭିନେତା ଇନ୍ଦରଙ୍କ ପରଲୋକ ୪୩ ବର୍ଷ ବୟସରେ ହୋଇଥିଲା। ହୃଦ୍‌ଘାତ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିଲା। ଅସଲି ଜୀବନରେ ମଧ୍ୟ ସେ ସଲମାନଙ୍କର ବହୁତ ଭଲ ମିତ୍ର ଥିଲେ।

{"id":160883}

ହିନ୍ଦି ଫିଲ୍ମରେ ନିଜ ଦମଦାର ଅଭିନୟ ପାଇଁ ଲୋକଙ୍କ ମଧ୍ୟରେ ଫେମସ ହୋଇଥିବା ଅଭିନେତା ଗୁରୁ ଦତ୍ତ କୌଣସି କାରଣ ଯୋଗୁଁ ୩୯ ବୟସରେ ଆତ୍ମହତ୍ୟା କରିଥିଲେ।

{"id":160884,"width":567,"height":416}

ସାଉଥ ଫିଲ୍ମ ଅଭିନେତ୍ରୀ ତଥା ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ ସୂର୍ଯ୍ୟବଂଶମରେ କାମ କରିଥିବା ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ୨୭ ବର୍ଷ ବୟସରେ ଗୋଟେ ବିମାନ ଦୁର୍ଘଟଣାରେ ହୋଇଥିଲା।

{"id":160885,"width":564,"height":752}

ଗୋଟେ ସମୟରେ ନିଜ ଲୁକ୍‌ ପାଇଁ ଝିଅଙ୍କୁ ପାଗଳ କରୁଥିବା ଅଭିନେତା ବିନୋଦ ମେହେରାଙ୍କ ମୃତ୍ୟୁ ୪୩ ବୟସରେ ହୋଇଥିଲା। ହାର୍ଟ ଆଟାକ୍‌ ଯୋଗୁଁ ସେ ଦୁନିଆ ଛାଡି ଚାଲିଯାଇଥିଲେ।

{"id":160886}

୯୦ ଦଶକରେ ନିଜ ସୁନ୍ଦରତା ପାଇଁ ଲକ୍ଷ ଲକ୍ଷ ଲୋକଙ୍କୁ ପାଗଳ କରିଥିବା ଅଭିନେତ୍ରୀ ଦିବ୍ୟା ଭାରତୀ ମାତ୍ର୧୯ ବର୍ଷ ବୟସରେ ଦୁନିଆ ଛାଡି ଚାଲିଯାଇଥିଲେ। ନିଜ ଘର ବାଲକନୀରୁ ପଡି ତାଙ୍କର ମୃତ୍ୟୁ ହୋଇଥିଲା ।  

{"id":160887}

ରୋମାଣ୍ଟିକ ଫିଲ୍ମରେ ନିଜ ଅନ୍ଦାଜ ପାଇଁ ଫେମସ ହୋଇଥିବା ଅଭିନେତା ସଂଜୀବ କୁମାରଙ୍କ ମୃତ୍ୟୁ ୪୫ ବର୍ଷ ବୟସରେ ହୋଇଥିଲା।  

{"id":160888}

ପଦ୍ମଶ୍ରୀ ସହ ଜାତୀୟ ପୁରସ୍କାର ଜିତିଥିବା ଅଭିନେତ୍ରୀ ସ୍ମିତା ପାଟିଲ ଅନେକ ଲୋକଙ୍କ ଦିଲ୍‌ରେ ରାଜ କରୁଥିଲେ। ସେ ଜଣେ ସଫଳ ଅଭିନେତ୍ରୀ ଥିଲେ। ହେଲେ ମାତ୍ର ୩୧ ବର୍ଷ ବୟସରେ ସନ୍ତାନକୁ ଜନ୍ମ ଦେବା ପରେ ତାଙ୍କ ମୃତ୍ୟୁ ହୋଇଥିଲା।  

{"id":160889}

ଆମୀର ଖାନଙ୍କ ସହ କାମ କରିଥିବା ସେକ୍ସି ଅଭିନେତ୍ରୀ ଜୀୟା ଖାନ ୨୫ ବର୍ଷ ବୟସରେ ଦୁନିୟା ଛାଡି ଚାଲିଯାଇଥିଲେ। ପ୍ରେମରେ ପ୍ରତାରଣା ପାଇଥିବାରୁ ସେ ନିଜ ଘରେ ଆତ୍ମହତ୍ୟା କରିଥିଲେ।

{"id":160890}

ବରିଷ୍ଠ ଅଭିନେତ୍ରୀ ମଧୁବାଲାଙ୍କ ମୃତ୍ୟୁ ୩୯ ବର୍ଷ ବୟସରେ ହୋଇଥିଲା। ଚିର ଦିନ ପାଇଁ ଲୋକଙ୍କ ମନରେ ନିଜ ପାଇଁ ଘର କରିଥିବା ମଧୁ ଆଜି ମଧ୍ୟ ବେଶ ମନେ ପଡନ୍ତି।

{"id":160891}

ବ୍ୟାଣ୍ଡିଟ କୁଇନ, ପ୍ୟାର କିୟା ତୋ ଡରନା କ୍ୟା, ହଦ କର ଦି ଆପନେ ଭଳି ଫିଲ୍ମରେ ନଜର ଆସିଥିବା ନିର୍ମଲ ପାଣ୍ଡେଙ୍କ ମୃତ୍ୟୁ ୪୮ ବର୍ଷ ବୟସରେ ହାର୍ଟ ଆଟାକ ଯୋଗୁଁ ହୋଇଥିଲା।

{"id":160892,"width":577,"height":406}

ରଇସ୍‌, ହୈଦର, କାବିଲ, ରେସ ୩ ଭଳି ଫିଲ୍ମରେ ନଜର ଆସିଥିବା ଅଭିନେତା ନରେନ୍ଦ୍ର ଝାଙ୍କ ମୃତ୍ୟୁ ୫୬ ବର୍ଷ ବୟସରେ ହୋଇଥିଲା।

{"id":160893}

ହୃଦଘାତ ଯୋଗୁଁ ସେ ଦୁନିଆ ଛାଡି ଚାଲିଯାଇଥିଲେ।

{"id":160895}

ବଲିଉଡ ଫିଲ୍ମ ସହ ଟିଭି ଧାରାବାହିକରେ ନଜର ଆସିଥିବା ହାସ୍ୟ କଳାକାର ବିବେକ ଶୌଙ୍କ  ମୃତ୍ୟୁ ୪୮ ବର୍ଷ ବୟସରେ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.