ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ

Published By : Prameya-News7 Bureau | April 20, 2021 IST

ବାରଙ୍ଗ ୨୦।୪: ନନ୍ଦନକାନନରୁ ୧୩ ପଶୁପକ୍ଷୀଙ୍କୁ ପଠାଯାଇଛି ମଧ୍ୟପ୍ରଦେଶ । ଜନ୍ତୁ ଅଦଳବଦଳ ପ୍ରକିୟାରେ ମଙ୍ଗଳବାର ନନ୍ଦନକାନନରୁ ୧୩ ପଶୁପକ୍ଷୀଙ୍କୁ ମଧ୍ୟପ୍ରଦେଶ ଇନ୍ଦୋର ଚିଡିଆଖାନାକୁ ପଠାଯାଇଛି । ଏମାନଙ୍କ ମଧ୍ୟରେ ଧଳା ବାଘୁଣୀ (ରାଗିଣୀ) ଓ କଳା ବାଘ (ଭିକି), ୩ଟି ଘଡିଆଳ କୁମ୍ଭୀର, ୮ ଟି ପିଜାଣ୍ଟକୁ ଇନ୍ଦୋର କମଳା ନେହୁର ପାର୍କ ପଠାଯାଉଛି ।

{"id":441213,"width":839,"height":461,"sizeSlug":"large","linkDestination":"none"}

ଏହାର ବଦଳରେ ଗତ ଡିସେମ୍ବର ମାସ ୨୦ ତାରିଖରେ ସେଠାରୁ ଦୁଇଟି ସିଂହ, ୩ଟି ଘଡିଆଳ କୁମ୍ଭୀର, ୨ଟା ଗଧିଆ ଏବଂ ଗୋଟିଏ କୋକିଶିଆଳୀ ନନ୍ଦନକାନନକୁ ଆସିଥିଲା । ବାରମ୍ବାର ନନ୍ଦନକାନନରୁ ଧଳା ଏବଂ କଳା ବାଘ ଅନ୍ୟତ୍ର ପଠାଯିବା ଯୋଗୁଁ ନନ୍ଦନକାନନରେ ଏବେ ଧଳା ବାଘ ସଂଖ୍ୟା କମିଯିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.