ସାଙ୍ଗକୁ ପିଟି ପିଟି ମାରିଦେଲେ ନାବାଳକ ସାଙ୍ଗ
16/01/2019 at 12:03 PM

ଆନନ୍ଦପୁର ୧୬|୧: ସାଙ୍ଗକୁ ପିଟି ମାରିଦେଲେ ନାବାଳକ ସାଙ୍ଗ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଳ୍ଲା ମହୁଲଡିହା ଶାଳଚୁଆ ଗାଁରେ । ଗାଁର ରଘୁନାଥ ନାୟକ ଙ୍କ ୧୨ ବର୍ଷର ପୁଅ ବିଜୟ ନିକଟସ୍ଥ ବରକୁଟୀକୁ ସାଙ୍ଗ ମାନଙ୍କ ସହ ଯାତ୍ରା ଦେଖିବାକୁ ଯାଇଥିଲା । ସେଠାରେ ପରସ୍ପରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ଓ ମାରପିଟ ହୋଇଥିଲା ।
ଘରକୁ ଫେରିବାପରେ ଘର ନିକଟରେ ବିଜୟକୁ ସେହି ଗାଁର ଜଣେ ଯୁବକ ମାରପିଟ କରିଥିଲା । ଏହାପରେ ବିଜୟ ନିଜ କୋଠରୀରେ ଭିତରୁ କବାଟ ବନ୍ଦ କରି ରହିଥିଲା । ସେ ବାହାରିବାରେ ବିଳମ୍ବ ହେବାରୁ ପରିବାର ଲୋକେ କବାଟ ଖୋଲି ଦେଖିଥିଲେ । ତାର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା । ତାକୁ ସଙ୍ଗେସଙ୍ଗେ ଆନନ୍ଦପୁର ଡାକ୍ତରଖାନା ନେବା ବାଟରେ ତାର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ।