କେନ୍ଦ୍ରାପଡାରେ କରୋନା : ୧୨ ଗାଁ ୪୮ଘଣ୍ଟା ପାଇଁ ସିଲ୍‌

Published By : Prameya-News7 Bureau | April 07, 2020 IST

କେନ୍ଦ୍ରାପଡ଼ା ୦୭।୦୪: କେନ୍ଦ୍ରାପଡାର ଜଣେ ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ୍  ଚିହ୍ନଟ ହୋଇଛନ୍ତି। ଏହି ଯୁବକ ଜଣକ ଗତ ମାସ ୨୪ ତାରିଖରେ ଦୁବାଇରୁ ଫେରିଥିଲେ । ଏହି ସଂକ୍ରମିତ ଯୁବକ ଜଣକ କେନ୍ଦ୍ରାପଡ଼ା ଆଳି ଅଞ୍ଚଳର। ତାଙ୍କୁ କଟକ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କର ସ୍ବାବ ନମୁନା ସଂଗ୍ରହ କରାଯାଇ ହୋମ କ୍ବାରେଣ୍ଟାଇନ ରେ ରଖାଯାଇଛି। ତାଙ୍କ  ଗାଁର ୩ କିଲୋମିଟର ପରିଧି ଭିତରେ ଥିବା ୧୨ଟି ଗାଁକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସିଲ୍ କରାଯାଇଛି।  ପ୍ରଶାସନ ସିଲ କରିଥିବା ବେଳେ ଗାଁରେ ସାନିଟାଇଜେସନ୍ କାମ ଆରମ୍ଭ ହୋଇଛି।  ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ୍  କରାଯିବ ସହ ସିଲ ହୋଇଥିବା ଗାଁ ରେ ଘର ଘର ବୁଲି ସ୍ୱାସ୍ଥ୍ୟ ବିଭାଗ ର ଏକ ଟିମ୍‌ ଯାଞ୍ଚ କରିବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

{"id":250118,"sizeSlug":"large"}

ସୋମବାର ଦିନ କେନ୍ଦ୍ରାପଡାରେ ଜଣେ ଦୁବାଇ ଫେରନ୍ତା ଯୁବକ କରୋନାରେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । କିଛିଦିନ ତଳେ ଯୁବକଜଣଙ୍କ ଦୁବାଇରୁ ଫେରି ରାଜ୍ୟ ସରକାରଙ୍କ କୋଭିଡ୍-୧୯ ଓ୍ୱେବସାଇଟ୍‌ରେ ରେଜିଷ୍ଟ୍ରେସନ୍‌ କରିଥିଲେ । ତେବେ କରୋନା ଆକ୍ରାନ୍ତ ଯୁବକଙ୍କୁ କଟକର କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଏବଂ ତାଙ୍କ ଚିକିତ୍ସା ଜାରି ରହିଛି । ସେପଟେ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ହୋମ କ୍ବାରାଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.