ଲଦାଖରେ ଭାରତ-ଚୀନ ମଧ୍ୟରେ କେବେ ସମାପ୍ତ ହେବ ଉତ୍ତେଜନା ? ଡ୍ରାଗନ ସହ ୧୨ତମ ବୈଠକ ଆସନ୍ତାକାଲି

Published By : Prameya-News7 Bureau | July 30, 2021 IST

ନୂଆଦିଲ୍ଲୀ ୩୦।୦୭: ଭାରତ ଓ ଚୀନ ମଧ୍ୟରେ ସୈନ୍ୟ କମାଣ୍ଡର ସ୍ତରୀୟ ୧୨ମ ପର୍ଯ୍ୟାୟ ବାର୍ତ୍ତା ଶନିବାର ହେବାକୁ ଯାଉଛି। ଆସନ୍ତାକାଲି ପୂର୍ବାହ୍ନ ୧୦ଟା୩୦ରେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ର ଚୀନ ପାର୍ଶ୍ଵରେ ମୋଲଡିରେ ଏହି ବୈଠକ ବସିବ। ପୂର୍ବ ଲଦାଖରେ ଜାରି ବିବାଦର ସମାଧାନର ରାସ୍ତା ବାହାର କରିବା ପାଇଁ ଉଭୟ ଦେଶ ମଧ୍ୟରେ ଆଲୋଚନା ହେବ। ଚୀନ ସୈନ୍ୟ କମାଣ୍ଡରସ୍ତରୀୟ ଆଲୋଚନା ପାଇଁ ଜୁଲାଇ ୨୬ ତାରିଖ ନିର୍ଦ୍ଧାରିତ କରିଥିଲା। ହେଲେ ଭାରତୀୟ ସେନା କାରଗିଲ୍ ଦିବସ କାରଣରୁ ତାରିଖ ଆଗକୁ ବଢାଇବାକୁ କହିଥିଲା।

ଭାରତୀୟ ସେନାର ଅନୁରୋଧ କ୍ରମେ ଚୀନ ଆଲୋଚନା ପାଇଁ ଜୁଲାଇ ୩୧ ତାରିଖ ଧାର୍ଯ୍ୟ କରିଥିଲା। ଏହି ବୈଠକରେ ଉଭୟ ପକ୍ଷ ମଧ୍ୟରେ ଡେପସାଙ୍ଗ, ଗୋଗରା ବିବାଦ ଉପରେ ଆଲୋଚନା କରିବେ। ଏହା ପୂର୍ବରୁ ୧୧ତମ ବୈଠକରେ ଉଭୟ ଦେଶର ସେନା ପୂର୍ବ ଲଦାଖର ହଟ୍ ସ୍ପ୍ରିଙ୍ଗ୍, ଗୋଗରା ଓ ଡେପସାଙ୍ଗ ପରି ଅଞ୍ଚଳରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟାକୁ ଆଗକୁ ବଢାଇବା ଜୋର ଦିଆଯାଇଥିଲା। ସୂଚନାଯୋଗ୍ୟ, ଏହି ଅଞ୍ଚଳରେ ଏକ ବର୍ଷ ହେବ ଭାରତ ଓ ଚୀନ ସେନା ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। କ୍ରମାଗତ ଆଲୋଚନା ମଧ୍ୟରେ ଦୁଇ ଦେଶର ସୈନିକ ଅନେକ ଅଞ୍ଚଳରେ ଧିରେ ଧିରେ ପଛକୁ ହଟୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.