Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଯୁକ୍ତ ୨ ପାସ୍ ସାଇବର ଅପରାଧୀ, ୪୦ ଦେଶର ୨୫ ହଜାରରୁ ଅଧିକ ଲୋକଙ୍କୁ ଲଗାଇଲା ୫ କୋଟି ଟଙ୍କାର ଚୁନା

4/07/2021 at 4:43 PM

ଅହମ୍ମଦାବାଦ ୦୪।୦୭: ବୟସ ମାତ୍ର ୨୧ ଏବଂ ଯୁକ୍ତ ୨ ପାସ୍। ହେଲେ ବୁଦ୍ଧି ପୁରା ବିଚକ୍ଷଣ। ଏତେ ସାତିର ଯେ, ଜଣେ କି ଦୁଇ ଜଣ ନୁହେଁ ହଜାର  ହଜାର ଲୋକଙ୍କୁ ଲଗାଉଥିଲା କୋଟି କୋଟି ଟଙ୍କାର ଚୁନା। ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ ସାଇବର ସେଲ୍ ଶନିବାର ଏକ ସାଇବର ଅପରାଧୀଙ୍କୁ ଗିରଫ କରିଛି, ଯିଏ ନିକଟରେ ଯୁକ୍ତ ୨ ପାସ୍ କରିଛି। ମାତ୍ର ଏହି  ବିଚକ୍ଷଣ ଅପରାଧୀ ୪୦ ଦେଶର ୨୫ ହଜାରରୁ ଅଧିକ ନାଗରିକଙ୍କୁ ନିଜର ଟାର୍ଗେଟ୍ କରି ସାରିଛି। ଟାଇମ୍ସ ନାଓର ଖବର ଅନୁଯାୟୀ, ଅଭିଯୁକ୍ତର ନାଁ ହର୍ଷବର୍ଦ୍ଧନ ପରମାର। ପୋଲିସ ପଞ୍ଝାରେ ପଡିବା ପୂର୍ବରୁ ସେ ଭଲ ଜୈବନ ଶୈଳୀ  ବିତାଉଥିଲା।  

ସୂଚନା ଅନୁଯାୟୀ, ୨୧ ବର୍ଷୀୟ ଯୁବକ ନାରାୟଣନଗରରେ ରହୁଥିବା ଜଣେ ଦିନ ମଜୁରିଆଙ୍କ ପୁଅ। ଅପରାଧୀର ମା ମ୍ୟୁନିସିପାଲଟି ହସ୍ପିଟାଲରେ ଧାଇ କାମ କରନ୍ତି। ବିଳାସବ୍ୟସନ ଜୀବନ ଜିଇଁବା ପାଇଁ ଏବଂ ସହଜରେ ଅର୍ଥ ଉପାର୍ଜନ ପାଇଁ ଯୁବକ ଜଣକ ‘ଡାର୍କ ଓ୍ଵେବ’ କାଷ୍ଟ କରୁଥିଲା। ସେ ଅନ୍ୟଙ୍କ କ୍ରେଡିଟ୍ ଓ ଡେବିଟ୍ କାର୍ଡ ବ୍ୟବହାର କରି ୫ କୋଟି ଟଙ୍କାର ସାମାନ କିଣିଥିଲା। ପରେ ସାମଗ୍ରୀଗୁଡିକୁ ନଗଦ ଅର୍ଥ ନେଇ ବିକ୍ରି କରିଥିଲା।

ପୋଲିସ ତିନି ମାସ ପୂର୍ବେ ଅହମ୍ମଦାବାଦର ଇସାନପୁର ଅଞ୍ଚଳରେ ରହୁଥିବା ଏହି ଯୁବକଙ୍କୁ ଗିରଫ କରିଥିଲା। କେବଳ ୧୦୦ ଦିନ ଭିତରେ ଏହି ଅପରାଧୀ ୨୫ ହଜାରରୁ ଅଧିକ ଲୋକଙ୍କଠୁ ୫  କୋଟି ଟଙ୍କା ଠକିଥିଲା। ମାମଲାର ତଦନ୍ତ କରୁଥିବା ଟିମ୍ ଅନୁଯାୟୀ, ଯୁବକଙ୍କ ଭେଟ ପାକିସ୍ତାନୀ ନାଗରିକ ଜିଆ ମୁସ୍ତଫାଙ୍କ ସହ ହୋଇଥିଲା। ମୁସ୍ତଫା ଯୁବକଙ୍କୁ କାର୍ଡ ହେରଫେର ବିଷୟରେ ଶିଖାଇଥିଲା। ରୁଷି ହ୍ୟାକର୍ସଙ୍କ ସାହାଯ୍ୟରେ ସେ କ୍ରେଡିଟ୍ ଓ ଡେବିଟ୍ କ୍ରାଡର ତଥ୍ୟ ସଂଗ୍ରହ କରୁଥିଲେ।

ସୂଚନା ଅନୁଯାୟୀ ପରମାର ସେହି ଦେଶର ଲୋକଙ୍କୁ ଟାର୍ଗେଟ୍ କରୁଥିଲା, ଯେଉଁ ଗ୍ରାହକଙ୍କ ପାଖକୁ ଡିଜିଟାଲ୍ ନେଣଦେଣ ପାଇଁ ଓଟିପି ଯାଉନଥିଲା। ଅହମ୍ମଦାବାଦ କ୍ରାଇମ ବ୍ରାଞ୍ଚର ସାଇବର ସେଲ୍‌ର ଗୁଇନ୍ଦା ସୂଚନା ଆଧାରରେ ଦଳ ଅହମ୍ମଦାବାଦର ବ୍ୟକ୍ତି ଡାର୍କ ଓ୍ଵେବ୍ ଜରିଆରେ ଟଙ୍କା ଲୁଟ୍ କରୁଥିବା ଜାଣିବାକୁ ପାଇଥିଲେ।

ମାମଲାର ଯାଞ୍ଚ କରୁଥିବା ଦଳ ପାରମେରଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ। ଯେବେ ସେ ନିଜ ନିକଟରେ ଏକ ସ୍ଥାନରେ ୩୦ ରେଫ୍ରିଜେରେଟର ଅର୍ଡର ଦେଇଥିଲା, ସେହି ସମୟରେ ଅଧିକାରୀ ତାଙ୍କୁ କାବୁ କରି ନେଇଥିଲେ। ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଅଭିଯୁକ୍ତ କାର୍ଡଧାରକଙ୍କ ଖାତାର କେତେ ଟଙ୍କା ଅଛି ସେହି ହିସାବରେ ରୁଷି ହ୍ୟାକର୍ସଙ୍କୁ ୭୫୦ ରୁ ୭୫୦୦ ଟଙ୍କା ଦେଉଥିଲା।

   Related Posts