Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

କମିଶନରେଟ୍ ପୋଲିସର ୧୨ତମ ପ୍ରତିଷ୍ଠା ଦିବସ, ‘ପୋଲିସ ସେବା ଭବନ’ ନାମରେ ନାମିତ ହେଲା କମିଶନରେଟ୍ ପୋଲିସ ମୁଖ୍ୟାଳୟ

2/01/2020 at 2:40 PM

ଭୁବନେଶ୍ବର ୨।୧: ଆଜି କମିଶନରେଟ୍ ପୋଲିସର ୧୨ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ସପ୍ତମ ବାଟାଲିଆନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଆଜିଠୁ କମିଶନରେଟ୍ ପୋଲିସ ମୁଖ୍ୟାଳୟର ନାମ ପରିବର୍ତ୍ତନ ହୋଇ ପୋଲିସ ସେବା ଭବନ ଭାବେ ନାମିତ କରାଯାଇଛି ।

କମିଶନରେଟ୍ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଏହି ଘୋଷଣା କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ସେ କହିଥିଲେ, ଆମେ ‘ଉଇ କେୟାର ଉଇ ଡେୟାର’ ସୀମିତ ନ ରହି ଆହୁରି ଦୁଇ ପାଦ ଆଗକୁ ବଢ଼ିବୁ। ଆମ ପୋଲିସ ଆମ ସୁରକ୍ଷା, ଦିଗରେ ଗୁରୁତ୍ଵ ଦେବୁ। ସମବେଦନା, ସହାନୁଭୂତି ଓ ବୃତ୍ତିଗତ ଦକ୍ଷତା, ଏହି ୩ଟି ଶବ୍ଦକୁ ପାଥେୟ କରି କମିଶନରେଟ୍ ପୋଲିସ ଆଗକୁ ବଢ଼ିବ ଏବଂ ତା’ର ରଣନୀତି ସେହି ଅନୁସାରେ ପ୍ରସ୍ତୁତ କରିବ।

ଆଗରେ ରହିଥିବା ବିଭିନ୍ନ ଚ୍ୟାଲେଞ୍ଜକୁ ଆମେ କିପରି ସଫଳତାର ସହିତ ମୁକାବିଲା କରିବୁ ତାହା ଉପରେ ମଧ୍ୟ ପ୍ରାଥମିକତା ଦିଆଯିବ। ଆଗକୁ ଅଧିକ ସିସିଟିଭି କ୍ୟାମେରା ଲଗାଯିବାର ବ୍ୟବସ୍ଥା ହେବ। ବରିଷ୍ଠ ନାଗରିକଙ୍କ ସୁରକ୍ଷା, ମହିଳା ସଶକ୍ତୀକରଣ ଆଦି ଉପରେ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ ବୋଲି କମିଶନର କହିଛନ୍ତି।  କମିଶନରେଟ୍ ପୋଲିସ ପକ୍ଷରୁ ଚିତ୍ତାକର୍ଷକ ପରେଡ୍  ପ୍ରଦର୍ଶନ କରାଯାଇଥିଲା। ଡିଜିପି ଅଭୟ ଏବଂ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଯୋଗଦେଇ ପରେଡ୍  ଅଭିଭାଦନ ଗ୍ରହଣ କରିଥିଲେ।

   Related Posts