Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ନବମ ଶ୍ରେଣୀର ଛାତ୍ରୀଙ୍କୁ ହତ୍ୟାକଲା ଦ୍ଵାଦଶ ଶ୍ରେଣୀର ଛାତ୍ର, କାରଣଥିଲା ପ୍ରେମସଂପର୍କ

17/03/2019 at 9:18 PM

ନୂଆଦିଲ୍ଲୀ ୧୭/୩- ଅପରାଧ ଏବେ ସ୍କୁଲ ସ୍ତରରକୁ ମଧ୍ୟ ଓହ୍ଲେଇଆସିଲାଣି । ଜଣେ ଦ୍ଵାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ର ନବମ ଶ୍ରେଣୀର ଛାତ୍ରୀକୁ ହତ୍ୟା କରିବା ଘଟଣା ପୂର୍ବ ଦିଲ୍ଲୀରେ ଖେଳାଇଦେଇଛି ଚାଂଚଲ୍ୟ ।

ଘଟଣାରୁ ଜଣାଯାଇଛି,ଏହି ହତ୍ୟାକାଣ୍ଡ କେବଳ ପ୍ରେମ ସଂପର୍କକୁ ନେଇ ଘଟିଥିବା ଜଣାଯାଇଛି । ନବମ ଶ୍ରେଣୀ ପ୍ରେମିକାକୁ ଅନ୍ୟଜଣେ କ୍ଲାସମେଟ ସହ ପ୍ରେମ କରୁଥିବା ସନ୍ଦେହରେ ପ୍ରେମିକ କରିଛି ହତ୍ୟା ।

୧୪ ବର୍ଷ ବୟସ୍କ ନବୀନ ପୂର୍ବଦିଲ୍ଲୀର ଶାହଦରା ଅଂଚଳରେ  ଦ୍ଵାଦଶ ଶ୍ରେଣୀରେ ପଢ଼ୁଥିଲା । ଅନ୍ୟଏକ ସ୍କୁଲରେ ପଢ଼ୁଥିବା ନବମ ଶ୍ରେଣୀ ଛାତ୍ରୀ ସହ ନବୀନ ଟ୍ୟୁସନ ହେଉଥିଲା ।ଏହି ଟ୍ୟୁସନ ଭିତରେ ଉଭୟଙ୍କ ଭିତରେ ପ୍ରେମ ସଂପର୍କ ଗଢ଼ିଉଠିଥିଲା । ସେମାନେ ଲୁଚାଛପାରେ ମିଳାମିଶା ବି କରୁଥିଲେ ।

କିନ୍ତୁ କିଛିଦିନ ପରେ ନବୀନ ଜାଣିବାକୁ ପାଇଲା ତା ପ୍ରେମିକା ମେସେଂଜର ମାଧ୍ୟମରେ ଅନ୍ୟଜଣେ କ୍ଲାସମେଟ ସହ କଥା ହେଉଛି । ଏହା ଜାଣିବା ପରେ  ରାଗରେ ପ୍ରତିଶୋଧ ନେବାକୁ ମନେ ମନେ ନିଷ୍ପତ୍ତି ନେଇଥିଲା ।

ପ୍ଲାନିଂ ଅନୁସାରେ ନବୀନ ଓ ତା ପ୍ରେମିକା ମିଶି ସିନେମା ଦେଖିବାକୁ ଯାଇଥିଲେ । ନବମଶ୍ରେଣୀ ଛାତ୍ରୀ ଘରୁ ଟ୍ୟୁସନ ଆସୁଛି ବୋଲି କହି ଘରୁ ଆସିଥିଲା । କିନ୍ତୁ ରାତିରେ ଘରକୁ ଫେରି ନ ଥିଲା । ଛାତ୍ରୀର ପରିବାର ଲୋକ ଏନେଇ ଥାନାରେ ଦେଇଥିଲେ ଏତାଲା ।

ନବୀନ ତା ପ୍ରେମିକାକୁ ସିନେମା ଦେଖିବାପରେ  କୋଲଡ଼୍ରିଙ୍କିସରେ ନିଶାମିଶାଇ ପିଇବାକୁ ଦେଇଥିଲା । ବେହୋସ ହେବାପରେ ଦୁଷ୍କର୍ମ କରିବା ସହ ମୁହଁରେ ସେଲୋ ଟେପ୍ ଲଗାଇ ଗଳା ଚିପିଦେଇଥିଲା । ପରେ ମୁଣ୍ଡରେ କୌଣସି ଭାରୀ ଜିନିଷରେ ଆଘାତ କରିଥିବା ନେଇ ପୋଲିସ ଅନୁମାନ କରୁଛି ।

ଛ୍ରାତ୍ରୀର ମୋବାଇଲରୁ କଲ ଡ଼ିଟେଲସ ବାହାର କରି ନବୀନକୁ ଠାବ କରିବାକୁ ସମର୍ଥ ହୋଇଛି ପୋଲିସ ।

   Related Posts