Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୨୨ କୋଭିଡ୍ ସଂକ୍ରମିତ, ୩୩୩୫୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

୨୬/୧୧ ମୁମ୍ବାଇ ଆକ୍ରମଣକୁ ପୁରିଲା ୧୨ବର୍ଷ

26/11/2020 at 9:17 AM

ମୁମ୍ବାଇ ୨୬।୧୧: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ୧୨ ବର୍ଷ ପୂରଣ ହୋଇଛି।  ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ଆକ୍ରଣ ହୋଇଥିଲା । ଆଜି ମାନେ ଗୁରୁବାର ଦିନ ଏହି ଘଟଣାକୁ ୧୨ ବର୍ଷ ପୂରୁଛି । ସହିଦ ପୋଲିସ ଓ ସୁରକ୍ଷକର୍ମୀମାନଙ୍କୁ ଶ୍ରଦ୍ଧାଞ୍ଜଳୀ ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କରୋନା ମହାମାରୀକୁ ଦୃଷ୍ଟିରେ ରଖି କେବଳ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ତେବେ ଅନୁଷ୍ଠିତେ ହେବାକୁ ଥିବା କାର୍ଯ୍ୟକ୍ରମ ଦକ୍ଷିଣ ମୁମ୍ବାଇର ପୋଲିସ ମୁଖ୍ୟାଳୟରେ ନବନିର୍ମିତ ସ୍ମାରକ ସ୍ଥଳରେ ହେବ । ଏହି କାର୍ଯ୍ୟକ୍ରମରେ ସହିଦ ସୁରକ୍ଷାକର୍ମୀଙ୍କୁ ପରିବାର ଲୋକ ସାମିଲ ହେବ । ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କେଶୟାରୀ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଗୃହମନ୍ତ୍ରୀ ଅନିତ ଦେଶମୁଖ, ପୋଲିସ ମହାନିର୍ଦ୍ଦେଶକ ସୁବୋଧ କୁମାର ଜୟସଓ୍ୱାଲ, ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ।

ସୂଚନାଯୋଗ୍ୟ ଯେ, ୨୬ ନଭେମ୍ବର ୨୦୦୮ରେ ଲସ୍କର-ଏ-ତୋଇବାର ୧୦ଜଣ ଆତଙ୍କବାଦୀ ସମୁଦ୍ର ରାସ୍ତାରେ ମୁମ୍ବାଇରେ ପ୍ରବେଶ କରିଥିଲେ । ସାଜିଥିଲେ ମୃତ୍ୟୁର ତାଣ୍ଡବଲୀଳା । ୧୮ଜଣ ସୁରକ୍ଷାକର୍ମୀଙ୍କ ସମେତ ୧୬୬ଲୋକଙ୍କୁ ହତ୍ୟା କରିବା ସହ ଅନେକ ଲୋକଙ୍କୁ ଆହତ କରିଥିଲେ । ଏହି ସମୟରେ ଏନଏସ୍‌ଜି ଓ ଅନ୍ୟ ସୁରକ୍ଷାକର୍ମୀମାନେ ୯ଜଣ ଆତଙ୍କବାଦୀଙ୍କୁ ନିହତ କରିବା ସହ ଜଣେ ଜୀବନ୍ତ ଆତଙ୍କବାଦୀ ଅଜମଲ୍‌ ଆମିର କସାବକୁ ଗିରଫ କରିବାରେ ସଫଳ ହୋଇଥିଲା । ଶେଷରେ ୨୧ ନଭେମ୍ବର ୨୦୧୨ରେ କସାବକୁ ଫାଶୀ ଦିଆଯାଇଥିଲା ।

ତେବେ ଆତଙ୍କବାଦୀଙ୍କ ଗୁଳିରେ ମୃତ୍ୟୁ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ଏଟିଏସ୍‌ର ପୂର୍ବତନ ପ୍ରମୁଖ ହେମନ୍ତ କରକର, ସେନା ମେଜର ସନ୍ଦୀପ ଅନୀକୃଷ୍ଣନ, ମୁମ୍ବାଇର ଅତିରିକ୍ତ ପୋଲିସ କମିଶନର ଅଶୋକ କାମତ ଏବଂ ବରିଷ୍ଠ ପୋଲିସ ଅଧିକାରୀ ବିଜୟ ସାଲସ୍କର ଙ୍କ ସହ ସମେତ ୩ ରେଳବାଇ କର୍ମଚାରୀଙ୍କୁ ସାମିଲ ଥିଲେ । ଯେଉଁମାନଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଦିଆଯିବ ।       

   Related Posts