Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ନିର୍ବାଚନ ପାଇଁ ଲାଗିଛି ୧୨ ହଜାର କୋଟିର ସଟ୍ଟା : ବିଜେପି ଓ କଂଗ୍ରେସକୁ କେତେ କେତେ ଆସନ ମିଳିଛି ଜାଣନ୍ତୁ

23/03/2019 at 12:10 PM

ମୁମ୍ବାଇ ୨୩/୩ : ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବାପରେ ଖୋଲି ଯାଇଛି ସଟ୍ଟା ବଜାର | ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ନ ହଉଣୁ ୧୨ ହଜାର କୋଟି ଟଙ୍କାର ସଟ୍ଟା ଲାଗି ସାରିଛି | ଆଗକୁ ଏହା ବଢି ୨ ଲକ୍ଷ କୋଟି ହେବ ବୋଲି ଆଶଙ୍କା କରାଯାଉଛି | ସଟ୍ଟା ବଜାର ଅନୁଯାୟୀ ଚଳିତ ନିର୍ବାଚନର କଡା ଟକ୍କର ହେବ | ନିର୍ବାଚନରେ କୌଣସି ଦଳ ନିଜ ଦମରେ ସରକାର ଗଢିବା ସମ୍ଭବ ନାହିଁ | ସଟ୍ଟା ବଜାର ଅନୁଯାୟୀ ବିଜେପି କଂଗ୍ରେସ ଅପେକ୍ଷା ଆଗୁଆ ରହିବ | ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ପଦବୀ ଏବଂ ମହତ୍ଵପୁର୍ଣ ଆସନ ଏବଂ ନେତାମାନଙ୍କ ଉପରେ ସଟ୍ଟାବାଜ ଏବେ ଯାଏଁ କୌଣସି ମୂଲ୍ୟ ଲଗେଇ ନାହାନ୍ତି |


ସଟ୍ଟାବାଜଙ୍କ ଅନୁଯାୟୀ, ଚଳିତ ଥର ମଧ୍ୟ ମେଣ୍ଟ ସାହାଯ୍ୟରେ ବିଜେପି ସରକାର ଗଢ଼ିପାରେ | କିନ୍ତୁ ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ପଦବୀକୁ ନେଇ ବିଜେପିର ସହଯୋଗୀ ସମସ୍ୟା ସୃଷ୍ଟି କରିପାରନ୍ତି | ସେଥିପାଇଁ ପ୍ରଧାନମନ୍ତ୍ରୀ ପଦବୀକୁ ନେଇ ସଟ୍ଟା ଲାଗି ନାହିଁ | ସଟ୍ଟା ଏବେ କେବଳ ବିଜେପି ଏବଂ କଂଗ୍ରେସ ଉପରେ ହିଁ ଲାଗିଛି | ବିଜେପି ବହୁତ ଆଗରେ ଅଛି | କିନ୍ତୁ ବିଜେପି ଏକା ବହୁମତ ପାଇବା ନେଇ ଆଶଙ୍କା ରହିଛି | ସଟ୍ଟା ବଜାର ବିଜେପିକୁ ୨୪୦ ଆସନ ଦେଇଛି | ଏଥିପାଇଁ ମୂଲ୍ୟ ରହିଛି ୨୩ ପଇସା ଏବଂ ୨୫୦ ଆସନ ପାଇଁ ଟଙ୍କାଟିଏ | ୨୫୫ ଆସନ ପାଇଁ ୧.୪୦ ପଇସା ମୂଲ୍ୟ | କଂଗ୍ରେସର ୬୦ ଆସନ ଉପରେ ୨୮ ପଇସା ଲାଗିଛି | ୬୫ ଆସନ ପାଇଁ ୬୭ ପଇସା ଏବଂ ୭୫ ଆସନ ପାଇଁ କଂଗ୍ରେସର ୧ ଟଙ୍କା ଲାଗିଛି |


ସଟ୍ଟା ବ୍ୟବସାୟୀ ଏଥର ପୋଲିସ ଏବଂ ଯାଞ୍ଚ ଅଧିକାରୀଙ୍କ ଠାରୁ ବଂଚିବା ପାଇଁ ମୋବାଇଲ ଆପ ତିଆରି କରିଛନ୍ତି | ଏହି ମୋବାଇଲ ଆପର ସର୍ଭର ବିଦେଶରେ ରହିବ | ପୂର୍ଵ ଥର ଭଳି ମୋବାଇଲ ୱେବସାଇଟକୁ ବନ୍ଦ କରିଦେଇଥିବା ଆଇନ ଠାରୁ ବଂଚିବା ପାଇଁ ଏହିଭଳି ଆପର ସହର ନେଇଛନ୍ତି ସଟ୍ଟା ବ୍ୟବସାୟୀ | ନିର୍ବାଚନ ଫଳାଫଳ ମେ ୨୩ ତାରିଖରେ ବାହାରିବ |

   Related Posts