Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

୩ଦଫା ଦାବି ନେଇ ୧୨ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ଡାକରା : ଗାଡି ଚଳାଚଳ, ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ

23/12/2019 at 8:17 AM

କଣ୍ଟାବାଞ୍ଝି ୨୩।୧୨: ବଙ୍ଗୋମୁଣ୍ଡାକୁ ଏନଏସି ମନ୍ୟତା ଦାବି ସହ ୩ ଦଫା ଦାବୀ ନେଇ ବଙ୍ଗୋମୁଣ୍ଡା ନାଗରିକ ମଞ୍ଚ  ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।  ୧୨ ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ଡାକରା ଦିଆଯାଇଛି ।

ସୋମବାର ସକାଳ ସମୟରେ  ନାଗରିକ ମଞ୍ଚର କର୍ମକର୍ତାମାନେ ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ରାସ୍ତା ଅବରୋଧ କରିଛନ୍ତି । ଆନ୍ଦୋଳନକାରି ମାନେ କହିଛନ୍ତି ଯେ ନାଗରିକ ମଂଚ ପକ୍ଷରୁ ଗତ ୫ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ୩ ଦଫା ଦାବି ବଙ୍ଗୋମୁଣ୍ଡା ପଂଚାୟତ କୁ ଏନଏସି ମାନ୍ୟତା,ବଙ୍ଗୋମୁଣ୍ଡା ପିଏଚସି କୁ ଏରିଆ ହସ୍ପିଟାଲ ର ମାନତ୍ୟା ଏବଂ ମକୁନ୍ଦ ସାଗର ର ପୁନଃଉଦ୍ଧାର ପାଇଁ ଦାବି ପତ୍ର ଦିଆଯାଇଥିଲା ।

କିନ୍ତୁ ଦିର୍ଘ ୧୮ ଦିନ ମଧ୍ୟରେ କୌଣସି ପ୍ରତିଶୃତି ନ ମିଳିବାରୁ ସୋମବାର ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି ବୋଲି ନାଗରିକ ମଞ୍ଚ ପକ୍ଷରୁ କୁହାଯାଇଛି । ଆଜିର ଏହି ବନ୍ଦ ରେ ଦୋକାନ ବଜାର ସରକାରୀ ଓ ବେସରକାରି ପ୍ରତିଷ୍ଠାନ ,ସ୍କୁଲ କଲେଜ ଓ ଗାଡି ଚଳାଚଳ ସମ୍ପୁର୍ଣ ଭାବରେ ବନ୍ଦ ରହିଛି।

   Related Posts