() ଉନ୍ନତ ସ୍ବାସ୍ଥ୍ୟସେବା ଦାବିରେ ୧୨ ଘଣ୍ଟିଆ ଧୂଷୁରୀ ବନ୍ଦ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୂଷୁରୀ ଅଞ୍ଚଳରେ ୧୨ ଘଣ୍ଟିଆ ଚକ ଅଖ ବନ୍ଦ ପାଳନ ହେଉଛି । ଦୋକାନ ବଜାର ବନ୍ଦ ରହିଛି ।
{"id":194387,"sizeSlug":"large"}ସୂଚନାଯୋଗ୍ୟ ଯେ, ଉନ୍ନତ ସ୍ବାସ୍ଥ୍ୟସେବା ଦାବିରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ପାଳନ ହେଉଛି । ଧୂଷୁରୀ ଏରିଆ ହସପିଟାଲ ରେ ସ୍ଥାୟୀ ଡାକ୍ତର ନିଯୁକ୍ତି ମୁଖ୍ୟ ଦାବି ରହିଛି । ସ୍ଥାୟୀ ଆମ୍ବୁଲାନ୍ସ ସହ ୨୪ ଘଣ୍ଟିଆ ରୋଗୀ ସେବା ସହ 6 ଦଫା ଦାବି ରହିଛି । ପୂର୍ବରୁ ମଧ୍ୟ ସ୍ଥାନୀୟ ଲୋକେ ହସ୍ପିଟାଲ କୁ ଡାକ୍ତର ଅନୁପସ୍ଥିତ ରହୁଥିବାରୁ ତାଲା ପକାଇଥିଲେ ।