ଡାକ୍ତର ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ବିନିକା ବନ୍ଦ

Published By : Prameya-News7 Bureau | August 20, 2018 IST

ସୁବର୍ଣ୍ଣପୁର ୨୧/୮ : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକରେ ଡାକ୍ତର ନିଯୁକ୍ତି ଦାବି କରି ୧୨ ଘଣ୍ଟିଆ ବିନିକା ବନ୍ଦ ଡାକରା ଦେଇଛି ସଚେତନ ନାଗରିକ ମଂଚ । ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତଥା ଅଂଚଳରେ ଥିବା ପ୍ରାଥମିକ ଚିକିତ୍ସାଳୟମାନଙ୍କରେ ବର୍ଷ ବର୍ଷ ଧରି ଡାକ୍ତରଙ୍କ ଅଭାବ ରହିଛି । ଯାହାକୁ ନେଇ ଜନସାଧାରଣ ହଇରାଣରେ ପଡୁଥିବା ବେଳେ ଡାକ୍ତର ତଥା କର୍ମଚାରୀଙ୍କ ନିଯୁକ୍ତି ଦାବି ନେଇ ବାରମ୍ବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି । ହେଲେ ପଦକ୍ଷେପ ଶୂନ ରହିଥିବାରୁ ଜିଲ୍ଲା ପ୍ରଶାସନ ପ୍ରତି ଜନସାଧାରଣଙ୍କ ଅସନ୍ତୋଷ ଧିରେ ଧିରେ ବୃଦ୍ଧି ପାଇ ବିନିକା ବନ୍ଦର ରୂପ ନେଇଛି । ଯାହା ଫଳରେ ବ୍ଲକର ସମସ୍ତ ଦୋକାନ ବଜାର, ସ୍ଲୁଲ କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ସହ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି । ଆଇନଶୃଙ୍ଖଳା ପରିସ୍ଥିତକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.